ସୁନ୍ଦରଗଡ ତା;୨୨/୯/୨୦୨୬( ସନ୍ଧାନ ନ୍ୟୁଜ)ପଞ୍ଚାୟତ ସମିତି ବାଲିଶଙ୍କରା ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ୨୦୨୬ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ବିକଶିତ ଭାରତ କୁ ନେଇ ଆଜି ତଳସରା ଛକରେ ସ୍ବଚ୍ଛତାରେ ସହଭାଗିତା କାର୍ଯ୍ୟକ୍ରମ ପଞ୍ଚାୟତ ତରଫରୁ ଶୁଭାରମ୍ଭ ହୋଇଛି । ତଳସରା ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ତଳସରା ଫାଟକ ଛକରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ନିଜେ ଝାଡୁ ଧରି ଆଗେଇ ଆସିବା ପରେ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ମାନେ ଆଗେଇ ଆସିଥିଲେ । ତାଙ୍କ ସହିତ ଅଞ୍ଚଳର ସମସ୍ତ ଏସଏଜି ଗ୍ରୁପ୍ ମହିଳା ଓ ଗାଁ ସାଥୀ ସାମିଲ ହୋଇ ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ । ଫାଟକ ଛକ ଛତିଶଗଡ଼ ସହିତ ଝରଖଣ୍ଡ କୁ ସଂଯୋଗ କରୁଥିବା ବେଳେ ଅନବରତ ଯାନବାହାନ ଗମନାଗମନ ହେଉଥିବା ଦେଖିବାକୁ ମିଳିଥିବା କାରଣରୁ ସ୍ବଚ୍ଛତା ପ୍ରତି ସ୍ଥାନିୟ ଦୋକାନୀ ସହିତ ଯାତ୍ରୀ ମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ସରପଞ୍ଚ ଅନୁରୋଧ କରିଥିଲେ । ଫାଟକରେ ଯାତ୍ରୀଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ସରପଞ୍ଚ ତ୍ରିଲୋଚନଙ୍କ ଉଦ୍ୟମରେ ପାନୀୟ ଜଳର ସୁବିଧା କରାଯାଇଥିବାବେଳେ ଏଥିରେ ସ୍ବଚ୍ଛତା ପାଇଁ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ତା ସହିତ ରାତ୍ରୀ ସମୟରେ ଛକ ଆଲୋକୀକରଣ ପାଇଁ ହାଇମାସ ଲାଇଟର ବ୍ୟବସ୍ଥା ତଳସରା ପଞ୍ଚାୟତ ସରପଞ୍ଚଙ୍କ ପ୍ରଚେଷ୍ଟାରେ ଲାଗିଥିବା ସ୍ଥାନିୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏହି ଲାଇଟ୍ ତଳସରା ଫାଟକ ଛକ ର ସ୍ବଚ୍ଛତାର ମୁକସାକ୍ଷୀ ହୋଇ ରହିଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ।
ତଳସରା ଫାଟକ ଛକରେ ସ୍ବଚ୍ଛତା ହିଁ ସେବା ୨୦୨୬ ଶୁଭାରମ୍ଭ
|
September 22, 2026 |



