ତଳସରା ଥାନା ପକ୍ଷରୁ “ଶିଶୁ ସାଥୀ ” ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love
ସୁନ୍ଦରଗଡ ତା:୯/୫/୨୦୨୬( ସନ୍ଧାନ ନ୍ୟୁଜ) ଆଜିକାଲି ଇଣ୍ଟରନେଟ ର ଯୁଗ ଚାଲିଛି l ଝିଅ ପିଲା ମାନେ ଇଣ୍ଟରନେଟ ରେ ପାଠ ପଢୁଛନ୍ତି l ଇଣ୍ଟରନେଟ ରେ ନୁଆଁ ନୁଆଁ ସାଙ୍ଗ ମଧ୍ୟ କରୁଛନ୍ତି l ସାଙ୍ଗ ପାଖକୁ ନିଜର ଫଟୋ ସହିତ ଯାବତୀୟ ପ୍ରମାଣ ପତ୍ର ମଧ୍ୟ ପଠାଉଛନ୍ତି l ନିଜର ଫଟୋ କିମ୍ବା ଯାବତୀୟ ପ୍ରମାଣ ପତ୍ର ପଠାଇବାରେ ଅନେକ ଝିଅ ସାଇବର ଠକେଇ ର ଶିକାର ହେବା ଓ ହଇରାଣ ହୋଇ ଶେଷ ରେ ଜୀବନ ଚାଲି ଯାଉଛି l ଏହି ବିଷୟ କୁ ନେଇ ଆଜି ରାଜ୍ୟ ସାଇବର କ୍ରାଇମ ଙ୍କ ନିର୍ଦେଶ କ୍ରମେ ତଲସରା ଥାନା ଅନ୍ତର୍ଗତ କିଶୋରୀ ବାଳିକା ତଥା ସ୍ଥାନୀୟ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଆଜି ତଲସରା ଥାନା ଠାରେ ତଲସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗଙ୍କ ନେତୃତ୍ୱରେ ଏକ ଶିଶୁ ସାଥି ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୋଲିସ ଅଧିକ୍ଷକ ଶ୍ରୀମତି ଶାନ୍ତାନୂତନ ସାମତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ସଚେତନ କାର୍ଯ୍ୟକ୍ରମରେ ତଲସରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ତ୍ରିଲୋଚନ ପ୍ରଧାନ, ତୁମଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଦେବଲାଲ ଲାକ୍ରା ଓ ତଲସରା ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଶ୍ରୀ ସଂଗ୍ରାମ କିସ୍କୁ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ l ସର୍ବ ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ତଲସରା ଅଧିକାରୀ ଶ୍ରୀମତି ସୁପ୍ରଭା ଶୁଭଦର୍ଶିନୀ ବେହେରା ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି  ଶ୍ରୀ ସୁରଥ ବେହେରା ଓ ବାଲିଶଙ୍କରା ଯୁବମୋର୍ଚ୍ଚା ଉପସଭାପତି ଦିଲ୍ଲୀପ ରାଉତ ମଧ୍ୟ ଉପସ୍ଥିତ ଥିଲେ l ସର୍ବ ପ୍ରଥମେ ଭିଡିଓ କନଫ୍ରେନ୍ସ ଦ୍ୱାରା ଚାଲିଥିବା ସାଇବର କ୍ରାଇମ ର ବିଷୟରେ କଥା କରାଯାଇଥିଲା l ପରେ ତାକୁ ଭଲ ଭାବରେ ବୁଝାଇ ଦିଆଯାଇଥିଲା l

Related Posts

About The Author

Add Comment