ସୁନ୍ଦରଗଡ ତା: ୧୦/୫/୨୦୨୫ ( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଦିନକୁ ଦିନ ବଢ଼ି ଚାଲିଛି ମୁଖ୍ୟ ସଡ଼କ ରେ ସଡ଼କ ଦୁର୍ଘଟଣା l ପ୍ରଶାସନ ଯେତେ ସୁରକ୍ଷା ଓ ଚେକିଙ୍ଗ କରିଲେ ମଧ୍ୟ ସବୁ ସମୟ ରେ ରାସ୍ତା କଡ଼ ରେ ଦେଖିବାକୁ ମିଳୁଛି ଦୁର୍ଘଟଣା ଆଉ ଦୁର୍ଘଟଣା l ଲୋକେ ମଦ ପିଇ ଏପରି ଦୁର୍ଘଟଣା ହେଉଥିବା ଜନ ସାଧାରଣ ରୁ ପ୍ରକାଶ ପାଉଛି l ହଁ, ଦର୍ଶକ ବନ୍ଧୁ ସକାଳ ସମୟ ରେ ତଲସରା ଥାନା ଅନ୍ତର୍ଗତ ବନଦୁର୍ଗା ମନ୍ଦିର ପାଖରେ ବାରମ୍ବାର ସଡ଼କ ଦୁର୍ଘଟଣା ହୋଇଯାଇଛି l ତଲସରା ଘାଟି ତଳେ ଥିବା ବନଦୁର୍ଗା ମନ୍ଦିର ରୁ ୧୦୦ମିଟର ଦୂରରେ ଦୁର୍ଘଟଣା ର ଶିକାର ହୋଇଛନ୍ତି ଅନେକ ଅଞ୍ଚଳବାସୀ ସହିତ ବାଇକ୍ ଆରୋହି ଓ ଭାରିଯାନ । କିଛି ଦିନ ତଳେ ତୁମଲିଆ ରେ ଏକ ଗାଡି ଗ୍ରେଜ ରେ କାମ କରୁଥିବା ଦୁଇ ଜଣ ବ୍ୟକ୍ତି ସେମାନେ ଭରପୁର ମଦ ପିଇ ଏପରି ଦୁର୍ଘଟଣା ଘଟାଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଖବର ପାଇ ସ୍ଥାନୀୟ ଗ୍ରାମ ବାସି ଆସି 108ଆମ୍ବୁଲାନ୍ସ ଖବର ଦେଇ ସବଡେଗା ଡାକ୍ତର ଖାନା କୁ ପଠାଇବା ସହିତ ସ୍ଥାନୀୟ ତଲସରା ଥାନା କୁ ଖବର କରିଥିଲେ l ଅଞ୍ଚଳରେ ମଦର ପ୍ରାଦୁର୍ଭାବ ଓ ଅଞ୍ଚଳ ପ୍ରଶାସନ ସହିତ ଆରକ୍ଷୀ ବିଭାଗର ଖାମଖିଆଲି ମନୋଭାବ ଲୋକଙ୍କ ଜୀବନ ଯିବାର ମୁଖ୍ୟ କାରଣ ପାଲଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ତଳସରା ଅଞ୍ଚଳରେ ମଦ ପାଇଁ ଦୁର୍ଘଟଣାର ଥମୁନି
|
May 17, 2025 |
