ତଲସରା ଛକ ତଥା ଥାନା ସାମ୍ନା ରେ ଅଳିଆ ଆବର୍ଜନା ହେଉଥିବା ବେଳେ ଅଳିଆ ଆବର୍ଜନା ଖାଇ ଗୋରୁ ଗାଈ ଅସୁସ୍ଥ

Spread the love

ସୁନ୍ଦରଗଡ଼ ତା୨୪-୦୪-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଦେଶ ତଥା ରାଜ୍ୟ ରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବା ବେଳେ ସରକାର ସ୍ଵଛତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତଲସରା ଥାନା ସାମ୍ନା ରେ ସ୍ୱଚ୍ଛତା ବଦଳ ରେ ତାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି l ତଳସରାରେ ଖଲି ଦନା ତିଆରି କରୁଥିବା ମେସିନ  ବ୍ୟବସାୟିକ ପାଇଁ ଥିବା ବେଳେ ତାର ଆବର୍ଜନା  ଗୁଡାକୁ ମୁଖ୍ୟ ରାସ୍ତା କଡ ରେ ପକାଇ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଏହି ଅଳିଆ ଆବର୍ଜନା କୁ ଗାଈ ଗୋରୁ ଖାଇ ଅସୁସ୍ଥ ହେବା ଆଶଙ୍କା ଅନୁମାନ କରିଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ସାମ୍ନା ରେ ତଲସରା ଥାନା ଥିବା ବେଳେ ପ୍ରଶାସନ ତରଫରୁ ଏହି ଦୃଶ୍ୟ କୁ  ଅଣ ଦେଖା କରାଯାଉଥିବା ସୂଚନା ମିଳିଛି l ଏପରି ଦୃଶ୍ୟ ତଲସରା ଛକ ତଥା ତଲସରା ଥାନା ସାମ୍ନା ରେ ଦେଖିବାକୁ ମିଳିଛି l ଆଗରୁ ଏ ବିଷୟରେସନ୍ଧାନ ନ୍ୟୁଜ ସୋସିଆଲ ମିଡ଼ିଆ ତରଫରୁ ଖବର କାଗଜ ଦ୍ୱାରା ଅବଗତ କରିଥିଲେ ମଧ୍ୟ ଦିନ କୁ ଦିନ ଚାଲିଛି ଏପରି ମଇଳା ଆବର୍ଜନା ରାସ୍ତା କଡ ରେ ପଡ଼ିରହିବା ସ୍ଥାନୀୟ ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି ।ପ୍ରଶାସନ ତରଫରୁ ଏଥି ପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ପାଇଁ  ସାଧାରଣରେ  ଦାବି ହେଉଛି ।

Related Posts

About The Author

Add Comment