ଜିଲ୍ଲା ପରିବେଶ ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Spread the love

ଯାଜପୁର ସଦର, : ୫/୬/୨୬ (ସନ୍ଧାନ ନ୍ୟୁଜ )  ଜିଲ୍ଲା ପରିବେଶ ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଖଣ୍ଡିତର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ ଏହାକୁ ଉଦଘାଟିତ କରିଥିଲେ।  ମୁଖ୍ୟ ଅତିଥି ଶ୍ରୀ ସାହୁ କହିଛନ୍ତି ଯେ ଆମେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ସତର୍କ ନହେଲେ ଖୁବ ନିକଟରେ ଏ ଜୀବଜଗତ ଧ୍ବଂସ ପାଇଯିବ। ରସୁଲପୁର ବ୍ଲକର ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଦର୍ଶନୀ ବେହେରା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ପାଦକ ଶରତ କୁମାର ସାହୁ ଉତ୍ସବ ପାଳନ ଓ ଆଲୋଚନା ଚକ୍ର ଆୟୋଜନର ଉଦ୍ଦେଶ୍ୟ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ରାଉତ ସଭା ପରିଚାଳନା କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ମହମ୍ମଦ ସଫିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।  ଡ.ମହେଶ୍ୱର ଜେନା ସାମନ୍ତ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରକୃତି ବନ୍ଧୁ ଏବଂ ପ୍ରକୃତି ମିତ୍ର ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଇକୋ କ୍ଲବ  ଛାତ୍ରୀମାନେ ଉଦ୍ଘାଟନୀ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଏକ ପରିବେଶ ସଚେତନତା ପଦଯାତ୍ରା ଅନୁଷ୍ଠିତ ହେବା ସହିତ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଥିଲା।  ଶିକ୍ଷୟିତ୍ରୀ ରୋଜାଲିନା ଆଇଚ, ଦେବେନ୍ଦ୍ର ନାୟକ ଓ ସମସ୍ତ ଶିକ୍ଷକ ଓ କର୍ମଚାରୀ ଉତ୍ସବ ଆୟୋଜନରେ ସହଯୋଗ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment