ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

Spread the love

ଢେଙ୍କାନାଳ, ୧/୯(ସନ୍ଧାନ ନିୟୁଜ/ମାନସ ରାଉତ) ଢେଙ୍କାନାଳ ଜିଲ୍ଲା ମହିଳା ମହାବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ବିନିତା ଆଚାର୍ଯ୍ୟଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରଶାସନିକ ଅଧ୍ୟକ୍ଷ ଡ/ ରାମଚନ୍ଦ୍ର ମଲ୍ଲ ଯୋଗଦେଇ ସଂସ୍କୃତ ଭାଷର ବିଶ୍ୱବ୍ୟାପି ବ୍ୟବହାର ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତ ଭାବେ ମହାବିଦ୍ୟାଳୟର ଶୈକ୍ଷିକ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା ସଂସ୍କୃତ ଭାଷର ସାର୍ବଜାନୀନତା ଉପରେ ଆଲୋକପାତ କରିଥିଲେ ।

ଏଥିରେ ସମ୍ମାନୀତ ଅତିଥି ଭାବେ ଢେଙ୍କନାଳ ସଂୟ ଶାଶିତ ମହାବିଦ୍ୟାଳୟ ସଂସ୍କୃତ ବିଭାଗ ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଷଢଙ୍ଗୀ ସଂସ୍କୃତ ଭାଷାର ଉପଯୋଗୀତା ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଉଧବ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ଅନ୍ୟତମ ଅଧ୍ୟାପିକା ଅନିତା ମିଶ୍ର, ଲିନା ଗନ୍ତାୟତ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶୈକ୍ଷିକ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହାକୁ ଅଧ୍ୟାପକ ସୌମରଂଜନ ମହାପାତ୍ର ସଂଚାଳନ କରିଥିବା ବେଳେ ଅଧ୍ୟାପକି ମଧୁସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment