ଯାଜପୁର ସଦର, : ୨୨/୪/୨୬ (ସନ୍ଧାନ ନ୍ୟୁଜ ) ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସାରା ଓଡିଶାରେ ନେତା ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଜେଡି ଛାଡି ବିଜେପି ଦଳରେ ସାମିଲ ହେଉଥିବା ବେଳେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଯାଜପୁର ନିର୍ବାଚନ ମଣ୍ଡଳୀରେ ଏହାର ବିପରିତ ଦେଖିବା ପାଇଁ ମିଳିଛି | ଆଜି ଦଶରଥପୁର ବ୍ଲକ ଅହିୟାସ ବଜାର ନିକଟ ପଡିଆ ନିକଟରେ ବିଜେଡି ତରଫରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ରାଜ୍ୟ ଉପସଭାପତି ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଯାଜପୁର ବିଧାୟିକା ସୁଜାତା ସାହୁ,ଦଶରଥପୁର ବ୍ଲକ ଅଧକ୍ଷ ଦିଗମ୍ବର ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକ, ମନଶ୍ୱନୀ ଦାସ, ଯାଜପୁର ଜିଲ୍ଲା ବିଜେଡି ସମ୍ପାଦକ ମନୋଜ ରାଉତ, ଶରତ ଚନ୍ଦ୍ର ତ୍ରିପାଠୀ, ଦଶରଥପୁର ବ୍ଲକ ପ୍ରାକ୍ତନ ଅଧକ୍ଷ ଆଦିକନ୍ଦ ସନ୍ଦିଗ୍ରହ, ମଙ୍ଗଳପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଶିଶିର କୁମାର ଧଳ,ମଲ୍ଲୀକାପୁର ସରପଞ୍ଚଙ୍କ ପ୍ରତିନିଧି ସ୍ୱପ୍ନେନ୍ଦୁ ଦାସ ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଦିଗାମ୍ବର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶରତ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ମଲ୍ଲୀକାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପି ନେତା ରାମଚନ୍ଦ୍ର ମଲ୍ଲିକ ନିଜର ସହ ସହ ସାଥୀ ସମର୍ଥକ ମାନଙ୍କ ସହିତ ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି। ସେହିପରି ଦୁଦୁରାଅଣ୍ଟା, କଷ୍ପା ପଞ୍ଚାୟତରୁ ମଧ୍ୟ ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି। ପ୍ରଣବ ପ୍ରକାଶ ଦାସ ନୂତନ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।ଯାଜପୁରର ବିକାଶ ଧାରା ଓ ଦଶରଥପୁରର ବିକାଶ ଧାରାର ବିଜେପି ବାଧକ ସାଜିଛି ବୋଲି ପ୍ରଣବ କହିଥିବାବେଳେ କିଛି ମୁଷ୍ଟିମେୟ ଲୋକ ଯାଜପୁର ବିଜେପିକୁ କବଳିତ କରି ପିସି କାରବାରରେ ବ୍ୟସ୍ତ ରହି ଦଳୀୟ କର୍ମୀଙ୍କୁ ଅଣଦେଖା କରିବାରୁ ଅଣନିଶ୍ୱାସୀ ହୋଇ ମୁଁ ବିଜେପି ଦଳ ପରିତ୍ୟାଗ କରିଛି ବୋଲି ରାମଚନ୍ଦ୍ର ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସେହିପରି ଆଜିର ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦଶରଥପୁର ବ୍ଲକର ରାମବାଗ ଠାରୁ ପ୍ରାୟ ୨ ହଜାରେ ବିଜେଡି କର୍ମୀ ଏକ ବାଇକ ରାଲିରେ ପ୍ରଣବଙ୍କୁ ସଭା ମଞ୍ଚ ପର୍ଯ୍ୟନ୍ତ ଆଣିଥିବା ବେଳେ ସରକାର ପରିବର୍ତନ ପରେ ମଧ୍ୟ ପ୍ରଣବଙ୍କ ଲୋକ ପ୍ରିୟତାକୂ ଦେଖି ବିରୋଧୀ ଶିବିରରେ ଛନକା ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିଜେଡିର ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଣବଙ୍କର ଲୋକ ପ୍ରିୟତା କମିନି ବୋଲି ରାଜନୈତିକ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ଆଜିର ଏହି ମିଶ୍ରଣ ପର୍ବରେ ଦଶରଥପୁର ବ୍ଲକ ଯାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ ବିଜେପି କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ |
ସରକାର ପରିବର୍ତ୍ତନ ପରେବି କମିନି ପ୍ରଣବଙ୍କ ଲୋକ ପ୍ରିୟତା ଅହିୟାସ ଠାରେ ବିଜେଡିର ମହା ମିଶ୍ରଣ ପର୍ବ
|
April 22, 2026 |



