କେନ୍ଦ୍ରାପଡା, ୨୮/୦୪ (ସନ୍ଧାନ ନିଉଜ) କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପାଳକଣା ଗ୍ରାମ ରାସ୍ତାରେ ଏକ ଟ୍ରାକ୍ଟର କେନାଲ ଭିତରକୁ ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପିହୋଇଯାଇ ଫକିର ସେଠୀଙ୍କ ପୁଅ ରତିକାନ୍ତ ସେଠୀ(୩୨)ଓ କରୁଣାକର ଦାସଙ୍କ ପୁଅ ଗଗନ ଦାସ(୨୨)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ନବ କିଶୋର ମଳିକଙ୍କ ପୁଅ ରମାକାନ୍ତ ମଳିକ(୨୩)ଙ୍କ ଅବସ୍ଥା ଗୁରୁତ୍ତର ରହିଥିବା ସୂଚନା ମିଳିଛି। ପାଳକଣା କୋରୋ ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ମଙ୍ଗଳବାର ସନ୍ଧ୍ୟାରେ କେନାଲ ଭିତରକୁ ହଠାତ ଓଲଟି ପଡିବାରୁ ସେଥିରେ ବସିଥିବା ପାଳକଣା ଗ୍ରାମର ୩ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଦାୟୀତ୍ୱରେ ଥିବା ଡାକ୍ତର ରତିକାନ୍ତ ସେଠୀ ଓ ଗଗନ ଦାସଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତ୍ତର ଥିବା ରମାକାନ୍ତକୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିବା ଚିକିତ୍ସା ଦାୟୀତ୍ୱରେ ଥିବା ଡାକ୍ତରଙ୍କ ଠାରୁ ଜଣାପଡିଛି। ନିକିରାଇ ଥାନା ପୋଲିସ ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। Report- Bimal Behera
ଟ୍ରାକ୍ଟର ଓଲଟି ପଡିବାରୁ ୨ମୃତ
|
April 28, 2020 |
