ସୁନ୍ଦରଗଡ଼/ସନ୍ଧାନ ନ୍ୟୁଜ: ବାଇରେ ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ବାପାମାଆ । ହେଲେ ବାଇକ ଉପରେ ମାଡିଗଲା ଟ୍ରଲର । ଝିଅ ଓ ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ । ଘଟଣା ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପାରିଜାତ ପାର୍କ ନିକଟରେ ଘଟିଚି । ମୃତ ବ୍ୟକ୍ତି ଜଣଙ୍କ ହେଲେ ମହିପାଲି ଗ୍ରାମର ଯୁକ୍ତେଶ୍ୱର ସାହୁ । ମାଆ, ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଆଜି ସକାଳେ ସ୍କୁଲରେ ଝିଅକୁ ଛାଡ଼ି ଅନ୍ୟ କୌଣସି କାମରେ ଯିବା ପାଇଁ ବାପାମାଆ ବାଇକ୍ ଯୋଗେ ଘରୁ ବାହାରିଥିଲେ । ହେଲେ ପାରିଜାତ ପାର୍କ ନିକଟରେ ଏକ ଟ୍ରଲର ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ସମସ୍ତେ ତଳେ ଛିଟିକି ପଡିଥିଲେ । ହେଲେ ଟ୍ରଲର ଚକା ତଳେ ଯୁକ୍ତେଶ୍ବର ପଡିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ରାସ୍ତାରୋକ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ଟ୍ରଲର ଭାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଗାଡି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଝିଅକୁ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ମାଆବାପାଙ୍କ ଉପରେ ଚଢ଼ିଗଲା ଟ୍ରଲର
|
November 7, 2024 |