ଜିଲ୍ଲା ସ୍ତରରେ ଥାନା ଅଧିକାରୀ ମାନଙ୍କୁ ବଦଳି କରାଗଲା

Spread the love

ଯାଜପୁର, ୧୧/୦୪/୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟକରୁଥିବା ଆଇଆଇସି ମାନଙ୍କୁ ଯାଜପୁର ଜିଲ୍ଲା ଏସପିଙ୍କ ନିର୍ଦ୍ଦେଷ କ୍ରମେ ବିଭିନ୍ନ ଥାନାକୁ ବଦଳି କରାଯାଇଥିବା ସୂଚନା ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ସ୍ତରରେ ବିଭିନ୍ନ ଥାନା ଅଧିକାରୀ ମାନଙ୍କୁ ବଦଳି କରାଯାଇଥିବା ବେଳେ, ୫ ଟି ଥାନା ଆଇଆଇସି ନିଜ ନିଜ ଥାନାରେ ଯୋଗଦେଇଥିବା ଜଣାଯାଇଚି । ରିପୋର୍ଟ ଲେଖା ହେବା ବେଳକୁ କୁଆଖିଆ ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁ ବରୀ ଥାନାକୁ ବଦଳି କରାଯାଇଥିବା ବେଳେ, କୋରେଇ ଥାନା ଅଧିକାରୀ ରଂଜିତ ମହାନ୍ତିଙ୍କୁ ବିଞ୍ଝାରପୁର ଥାନାକୁ ବିଞ୍ଝାରପୁର ଥାନା ଅଧିକାରୀ ଅମରେନ୍ଦ୍ର ଦାସଙ୍କୁ ପୋଲିସ ହେଡ଼କ୍ୱାଟର ଆଇଆଇସି ଶ୍ରବଣ କୁମାର ମହାରଣାଙ୍କୁ କୋରେଇ ଥାନାକୁ ବଦଳି କରାଯାଇଚି । ବରୀ ଥାନା ଆଇଆଇସି ବାବୁଲି ବାରିକଙ୍କୁ ସୁକିନ୍ଦା ଥାନାକୁ ବଦଳି କରାଯାଇଥିବା ବେଳେ, ସୁକିନ୍ଦା ଥାନା ଆଇଆଇସି ଶବି ଚରଣ ବେହେରାଙ୍କୁ କୁଆଖିଆ ଥାନାକୁ ବଦଳି କରାଯାଇଥିବା ଜଣାଯାଇଚି ।

Related Posts

About The Author

Add Comment