ଜିଲ୍ଲାରେ ଦଶମ ଶ୍ରେଣୀର ଅଫଇନ ପରୀକ୍ଷା ଆରମ୍ଭ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ ତା:୩୦/୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ଆଜି ସୁନ୍ଦରଗଡ ଜିଲ୍ଲାରେ ଦଶମ ଶ୍ରେଣୀର ପରୀକ୍ଷା ଆରମ୍ଭ ହିଇଯାଇଛି । ଛାତ୍ରଛାତ୍ରୀ ୧୭ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ସ୍ଥିର କରାଯାଇଥିବା ବେଳେ ପରୀକ୍ଷା ଦେବେ ୮୨୮ ଜଣ ଛାତ୍ରଛାତ୍ରୀ । ପରୀକ୍ଷାର୍ଥୀଙ୍କ ପରୀକ୍ଷା ପାଇଁ ଆଗରୁ ସବୁସୁଚାରୁ ରୂପେ ସମ୍ପାଦନ କରାଯାଇଛି । ପରୀକ୍ଷାର୍ଥୀ ପରୀକ୍ଷାରେ ଆସିବା ପରେ ସମସ୍ତଙ୍କୁ ମାସ୍କ ଦେବା ସହିତ ହାତକୁ ସାନିଟାଇଜ କରାଯାଇଛି । ପରୀକ୍ଷା ସମୟରେ ସାମାଜିକ ଦୂରତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି ପରୀକ୍ଷାରେ ୪୮୭ ଜଣ ପରୀକ୍ଷା ଦେଇଥିବା ବେଳେ ୩୪୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲେଖିପାରି ନ ଥୁବା ସୂଚନା ମିଳିଛି ।ସୁନ୍ଦରଗଡ ବିଏସ ହାଇସ୍କୁଲରେ ଅନ୍ଧ,ମୁକ ଓ ବଧିର ମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବାର ସୂଚନା ମିଳିଛି ।

Related Posts

About The Author

Add Comment