ଜାଗରଯାତ୍ରା ବୁଲିବାକୁ ଆସି ନିଖୋଜ ହୋଇଥିବା ନାବାଳିକା ଉଦ୍ଧାର

Spread the love
  • 7
    Shares

ଚଣ୍ଡିଖୋଲ, ୧୯/୭(ସନ୍ଧାନ ନିୟୁଜ) ପ୍ରସିଦ୍ଧ ଶୈବପୀଠ ମହାବିନାୟକକୁ ଜାଗରଯାତ୍ରା ବୁଲିବାକୁ ନିହଲ ପ୍ରସାଦ ଅଂଚଳରର ନାବାଳିକା ନିଖୋଜ ହୋଇଥିବା ନେଇ ବଡଚଣା ଥାନାରେ ଅଭିଯୋଗ ହୋଇଥିଲା । ବଡଚଣା ଥାନାରେ ଏତଲାକୁ ଆଧାର କରି ଏକ ମିସିଙ୍ଗ୍ କେସ ୬୦/୧୮ ରୁଜ ହୋଇଥିଲେ । ସମ୍ପୁକ୍ତ ନାବାଳିକ ତାଙ୍କର ବନ୍ଧୁ ଘର କେଶରୀପଡାକୁ ଆସିଥିଲେ । ତାଙ୍କ ବନ୍ଧୁଘରର ଲୋକ ସହିତ ଜାଗରଯାତ୍ରାରେ ବୁଲିଥିବା ବେଳେ ବେଳେ ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲେ । ଗୁରୁବାର ନହଲିପ୍ରସାଦ ଥାନା ଚଣ୍ଡିଆ ନିକଟରେ ବୁଲୁଥିବା ଖବର ପାଇ ବଡଚଣା ପୋଲିସ ତାକୁ ଉଦ୍ଧାର କରି ଚଣ୍ଡିଖୋଲ ଜେଏମସି କୋର୍ଟରେ ହାଜର କରାଇଥିଲେ । ପରେ ମାଜିଷ୍ଟେଟ୍ଙ୍କ ଉପସ୍ଥିତିରେ ନାବାଳିକାର ବୟାନ ରେକର୍ଡ କରାଯିବା ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରଯାଇଥିବା ପୋଲିସ ସୂଚନା ଦେଇଛି ।

  • 7
    Shares

Related Posts

About The Author

Add Comment