ସୁନ୍ଦରଗଡ଼ ତା୧/୭/୨୦୨୫ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ଜନ ସାଧାରଣ ରାସ୍ତା କଡ ରେ ଘର ତିଆରି କରି ରହିଥିବା ବେଳେ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ବାଲି ସଙ୍କରା ବ୍ଲକର କେତେକ ପଞ୍ଚାୟତ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି । ଏହି ବାଲିଶଙ୍କରା ବ୍ଲକର ବାଲି ଶଙ୍କରା,ତଳସରା, ଲୁଲକିଡିହି, ବନଡେଗା,ବନ୍ଧ ଵାହାଲ , କିଞ୍ଜିରକେଲା ଅଂଚଳର ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହେବା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା କିଛି ଅ ସାମାଜିକ ଲୋକ ବେନିୟମରେ ଘର୍ ତିଆରି କରିବା ଦ୍ୱାରା ଅସୁବିଧା ସହିତ ଦୁର୍ଘଟଣା ଅନେକାଂଶରେ ବଢିବାରେ ଲାଗିଛି । ତା ସହିତ ରାସ୍ତା କଡ ରେ ଘର ତିଆରି କରିବା ଜିନିଷ ଯଥା -ଇଟା, ବାଲି ଚିପ୍ସ, ମାଟି ତଥା ଅନ୍ୟାନ୍ୟ ଜିନିଷ ସବୁ ରଖିଥିବା ଦେଖିବାକୁ ମିଳିଛି l ଏ ବିଷୟରେ ପ୍ରଶାସନ କୁ ଅନେକ ଥର ଅବଗତ କରାଗଲେ ମଧ୍ୟ ତାର କିଛି ସୁଫଲ ନ ମିଳିବା ଅଞ୍ଚଳରେ ଦୁର୍ଘଟଣାର ହାର କୁ ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ରାତ୍ରି ସମୟରେ ଅନେକ ଯାନବାହାନ ଚଳାଚଳ ଦ୍ଵାରା ଦୁର୍ଘଟଣା ହୋଇ ଲୋକଙ୍କ ଜୀବନ ଯିବା ଏକ ସାଧାରଣ କଥା ପାଲଟିବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ? ପ୍ରଶାସନର ଉଦାସୀନତା ଚଲା ପଥିକ ସହିତ ଅଂଚଳବାସୀଙ୍କ ମୃତ୍ୟୁର କାରଣ ପାଲଟିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଢ଼ ପଦକ୍ଷେପ ନ ଦେଲେ ରୀତିମତ ଜୀବନ ହାନି ହେବାର ଆଶଙ୍କା ହେଉଥିବାରୁ ଏହାର ସମାଧାନ ପାଇଁ ଦାବି ହେଉଛି ।



