ଛାତ୍ର ଛାତ୍ରୀ ମାନଙ୍କୁ ଭୋଟର ସଚେତନତା

Spread the love

ବୈପାରିଗୁଡା,୨୮/୩ (ସନ୍ଧାନ ନିୟୁଜ )  – ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ଭୋଟର ସଚେତନତା ସହ ଆଗାମୀ ୧୧ ତାରିଖ ଦିନ ଭୋଟ ବୁଥ ଯାଇ ଭୋଟ ଦାନ କରିବା ପାଇଁ ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ଶପଥ ପାଠ କରାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ତହସିଲଦାର ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ, ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ର ଆକାଉଣ୍ଟ ଅଫିସର ଶ୍ରୀଯୁକ୍ତ ସେବାରାମ ମେହେର, ସହୀଦ ଲକ୍ଷଣ ନାୟକ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପଟ୍ଟନାୟକ,ଅଧ୍ୟାପିକା ମୌସୁମୀ ମହାନ୍ତି, ଅଧ୍ୟାପିକା ମାନସୀ ଆଚାର୍ଯ୍ୟ,ଅଧ୍ୟାପିକା ଜ୍ୟୋତି ପାଢ଼ୀ, ଅଧ୍ୟାପକ ହିମାଂଶୁ ଶେଖର ବକ୍ସି ଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

 

  ରିପୋର୍ଟ – ସରୋଜ କୁମାର ଲେଙ୍କା

Related Posts

About The Author

Add Comment