ସୁନ୍ଦରଗଡ ତା:୨୪/୧୦/୨୦୨୫(ସନ୍ଧାନ ନ୍ୟୁଜ) ଅନେକ ସମୟ ଧରି ଚାତ୍ରକୁ ମାଡ ମାରିବାକୁ କେନ୍ଦ୍ରକରି ଚର୍ଚ୍ଚାରେ ରହିଥିବା ତଳସରା ଉଚ୍ଚ ବିଦ୍ୟାଳୟ ।ଏସବୁ କାର୍ଯ୍ୟକୁ ଅନେକ ଥର ଅଭିଯୋଗ ହୋଇଆସୁଥିଲା । ବିଗତ ଦିନରେ ତଳସରା ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଛାତ୍ର କୁ ମାଡ ମାରିବା ସହ ଥାନା ରେ ଅଟକ ରଖିଥିଲେ । ଛାତ୍ରଙ୍କ ଅଭିଭାବକ ଖବର ପାଇ ଚତ୍ରକୁ ଥାନାରେ ଆଣିବା ସହ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହାକୁ କେନ୍ଦ୍ରକରି ଭାରାପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା ଙ୍କ ଦ୍ଵାରା ତଦନ୍ତ କରିବାର ନିର୍ଦେଶ କ୍ରମେ କିପରି ଭାବରେ ନାବାଳକକୁ ମାଡ ମାରିବା ସହ ଥାନାରେ ଅଟକ ରଖାଯାଇଥିଲା ତାହାର ପଂଖାନୁପୁଙ୍ଖ ତଦନ୍ତ କରାଯାଇଥିଲା ।ବାଲିସଙ୍କରା ନୂତନ ଭାବେ ଶିକ୍ଷା ଅଧିକାରୀ ଯୋଗଦେଲା ପରେ ଉକ୍ତ ତଦନ୍ତ ଆଧାରରେ ହିନ୍ଦୀ ଶିକ୍ଷକ ବିଭୁଦତ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି
ଛାତ୍ର କୁ ମାଡ ମାରିବା ଅଭିଯୋଗରେ ଶିକ୍ଷକଙ୍କୁ ନିଲମ୍ବିତ ଜିଲ୍ଲା ଶିକ୍ଷା ଅଧିକାରୀ
|
October 24, 2025 |



