ଏମସିଏଲ ବସୁନ୍ଧରା ଡିଏଭି ସ୍କୁଲରେ କାର୍ଗିଲ ଦିବସ ପାଳିତ

Spread the love

ସୁନ୍ଦରଗଡ ତା:୨୭/୭/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ବସୁନ୍ଧରା ଏମସିଏଲ ଡିଏଭି ସ୍କୁଲରେ କାର୍ଗିଲ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜନ ପଟେଲ ଯୋଗଦେଇ ଦେଶ ପାଇଁ ବଳିଦାନ ଦେଇଥିବା ପୁରୁଷ ମାନଙ୍କ ବିସୟରେ ଛାତ୍ରଛାତ୍ରୀ ମାନଙ୍କୁ ବିଶଦ ଭାବରେ ବୁଝାଇଥିଲେ । କାର୍ଗିଲ ଯୁଦ୍ଧରେ ପ୍ରାଣବଳି ଦେଇ ଥିବା ଯବାନ ସବୁଦିନ ପାଇଁ ଦେଶ ପାଇଁ ଏକ ଅଭୁଲା ଶ୍ରୁତି ଦେଇଥିବା ସହିତ ଅନେକ ଶିକ୍ଷା ଦେଇଥିବା କଥା ଅଧ୍ୟକ୍ଷ ମହୋଦୟ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହିତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Related Posts

About The Author

Add Comment