ଗଞ୍ଜାମ ୨/୧୧/୨୬ (ସନ୍ଧାନ ନ୍ୟୁଜ) ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଧାନସଭା କ୍ଷେତ୍ର ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଥିଲେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ। ମନମୋହନ ସାମଲ ଛତ୍ରପୁର ରେ ପହଞ୍ଚିବା ପରେ ଛତ୍ରପୁର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ତାଙ୍କୁ ସ୍ୱାଗତ କରି ଥିଲେ। ଉଭୟ ନେତା ବନ୍ୟା ପ୍ରଭାବିତ ଅଞ୍ଚଳ ରେ ରିଲିଫ ପ୍ରଦାନ ଓ ଲୋକ ଙ୍କ ସମସ୍ୟା ସଂପର୍କ ରେ ପଚାରି ବୁଝି ଥିଲେ। ଛତ୍ରପୁର ବିଡ଼ିଓ, ତହସିଲଦାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଲୋକ ଙ୍କ ସମସ୍ୟା ସଂପର୍କ ରେ ମନମୋହନ ସାମଲ ଙ୍କୁ ଅବଗତ କରାଇଥିଲେ। ଏଭଳି ବିପଦ ସମୟ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ଶ୍ରୀଯୁକ୍ତ ମନମୋହନ ସାମଲ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧନ।
ଛତ୍ରପୁର ବିଧାନସଭା କ୍ଷେତ୍ର ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମାନ୍ୟବର ସାଂସଦ ମନମୋହନ ସାମଲ
|
November 2, 2026 |



