ଧର୍ମଶାଳା ୧୪/୧୨ (ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟସ୍ଥ ଚୁଡାଖିଆ ଛକ ନିକଟରେ ଆଜି ସକାଳୁ ଦୃର୍ଘଟଣା ଘଟି ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଜାତୀୟ ରାଜପଥ କାର୍ଯ୍ୟ ନେଇଥିବା ସଂସ୍ଥା ଡିବିଏଲର କର୍ମଚାରୀ ରାଜସ୍ଥାନର ରାଜକୁମାର ଏବଂ ବିହାର ନିବାସୀ ସୁନିଲ ନିଜର କାର୍ଯ୍ୟସ୍ଥଳକୁ ଯାଉଥିବା ବେଳେ ଏକ ଅଜଣା ଟକ୍ର ସେମାନଙ୍କୁ ଧକ୍କା ଦେଇ ପଳାଇଯାଇଥିଲା । ଫଳରେ ଘଟଣାସ୍ଥଳରେ ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ । ତୁରନ୍ତ ଉପସ୍ଥିତ ଲୋକେ ୧୦୮କୁ ଫୋନ କରିଥିଲେ ସୁଧା ଗାଡି ନଆସିବାରୁ ଘଟଣାସ୍ଥଳରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ପରେ ଜାତୀୟ ରାଜପଥଗାଡି ଆସି ଉଭୟଙ୍କୁ ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।