ଚିନ୍ତାରେ ବେପାରୀ ,ଖାଉଟି ହଇରାଣ

Spread the love

ଯଶୀପୁର, ୪/୯/୨୦ (ଲିଙ୍ଗରାଜ ପଣ୍ଡା ): ମୟୁରଭଞ୍ଜ ଜିଲ୍ଲା ଗ୍ରାମାଞ୍ଚଳର ସମସ୍ତ ସାପ୍ତାହିକ ହାଟରେ ତାଲା’ । ଏହି ହାଟ ସବୁକୁ ଜୁଲାଇ ଓ ଅଗଷ୍ଟ ଦୁଇ ମାସ ଧରି ସମ୍ପୂର୍ଣ୍ଣ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ବ୍ୟବସାୟ ବନ୍ଦ ହୋଇଯାଇଛି । କ୍ଷୁଦ୍ର ବ୍ୟବସାୟୀମାନେ ପରିବାର ଚଳାଇବା ନେଇ ଚିନ୍ତାରେ ପଡ଼ିଛନ୍ତି । ବଡ଼ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବିଶେଷକରି ସାଧାରଣ ଖାଉଟିମାନେ ଠିରେ ସଉଦା କରିବା ପାଇଁ ଅସୁବିଧା ଭୋଗୁଛନ୍ତି । ଅଧୁକ ଖର୍ଚ୍ଚାନ୍ତରେ ପଡୁଛନ୍ତି ମଧ୍ୟ। ଲଡାଉନ୍ ଓ ସଟ୍ ଡାଉନ୍ ପ୍ର ଭାବ ଏବଂ କରୋନା ମହାବିପତ୍ତି ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଏହି ନିଷ୍ପତ୍ତି ଯୋଗୁଁ ଗ୍ରାମ୍ୟ ଅର୍ଥ ନୀତିର ବିକାଶ ଉପରେ ଶକ୍ତ ପ୍ରହାର ପଡ଼ିଛି ।କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଗ୍ରାମ୍ୟ ଅର୍ଥ ନୀତିର ବିକାଶ ଉପରେ ଅଧୀକ ଫୋକସ୍ କରୁ ଛନ୍ତି । ଗ୍ରାମାଞ୍ଚଳ ଅର୍ଥନୀତି କିପରି ଅଣ୍ଟା ସଳଖିବ ସେନେଇ ବି ଭି ନ୍ନ ଯୋଜନା ତି ଆରି କରି ତାହାକୁ ବାସ୍ତବ ରୂପ ଦେବାକୁ ପ୍ରୟାସ କରୁଛନ୍ତି । ହେଲେ ତା’ ପୂର୍ବରୁ ଜୁଲାଇ ଓ ଅଗଷ୍ଟରେ ଗ୍ରାମାଞ୍ଚଳ ସାପ୍ତାହିକ ହାଟ ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଯୋଗୁଁ ଗ୍ରାମାଞ୍ଚଳ ଲୋକମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ସାପ୍ତାହିକ ହାଟର ଇତିହାସ ବହୁ ପ୍ରାଚୀନ । ଗ୍ରାମାଞ୍ଚଳରେ ଦୈନନ୍ଦିନ ବଜାର ବ୍ୟବସ୍ଥା ନାହିଁ । ଲୋକ ମାନେ ସାପ୍ତାହିକ ହାଟ ଉପରେ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ  ଆବଶ୍ୟକ ପନିପରିବା ସାପ୍ତାହିକ ଓ ଅନ୍ୟ ସାମଗ୍ରୀ ଗା ଲୋକମାନେ ସାପ୍ତାହିକ ୨ ମାସ ହାଟରୁ କିଣିଥାନ୍ତି । ଗାଁରେ ଉତ୍ପାଦିତ ପନିପରିବା, ମାଛ, କୁକୁଡ଼ା ଆଦି ସାପ୍ତାହିକ ହାଟରେ ହାଟ ବିକ୍ରି ହୋଇଥାଏ । ଏହା ଦ୍ବାରା କ୍ଷୁଦ୍ର ବାଷୀ ଓ ବ୍ୟବସାୟୀ ବିଶେଷ ଭାବେ ଉପକୃତ ହୋଇଥାନ୍ତି ।ଅଳ୍ପ ପରିମାଣର ପନିପରିବା ଓ ଘରବାଡ଼ି ର ଉତ୍ପାଦିତ  ଦ୍ରବ୍ୟକୁ ଦୂରସ୍ଥା ର ସହରକୁ ନେବା ପାଇଁ ଏମାନଙ୍କ ପକ୍ଷେ ସମ୍ଭବପର ହୋଇନଥାଏ ଦୁଇମାସ ଧରି ଯଶୀପୁର ସାପ୍ତାହିକ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ପନିପରିବା ଚାଷୀ, ଚପଲ ବ୍ୟବସାୟୀ, ସଉଦା ଦୋକାନୀ, ଚା ବିକାଳି ଓ ଫେରିବାଲା ସବୁଠାରୁ ଅଧୁକ ପ୍ରଭାବିତ ହୋଇଛନ୍ତି । ସେହିପରି ଅନେକ କ୍ଷୁଦ୍ର ବ୍ୟବସାୟୀମାନେ କେବଳ ବିଭିନ୍ନ ସାପ୍ତାହିକ ହାଟରେ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରିଥାନ୍ତି । ଏମାନେ ସାପ୍ତାହିକ ହାଟ ବ୍ୟବସାୟୀ ଭାବେ ପରିଚିତ । ସେମାନଙ୍କର ସହରାଞ୍ଚଳରେ କୌଣସି ଦୋକାନ ନାହିଁ । ଦୁଇ ମାସ ଧରି ହାଟ ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ସେହି ବ୍ୟବସାୟୀମାନଙ୍କ ବ୍ୟବସାୟ ଠପ୍ ହୋଇଛି । ଜିଲ୍ଲାର ସମସ୍ତ ସହରରେ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ୫ ଦିନ ଖୋଲା ରହୁଛି । ମାତ୍ର ସାପ୍ତାହିକ ହାଟ ଯଶୀପୁର ୨ ମାସ ଧରି ବନ୍ଦ କରିବାର କୌଣସି ଯଥାର୍ଥତା ନାହିଁ । ସାମାଜିକ ଦୂରତା ରକ୍ଷା କରାଯାଇ ଯଶୀପୁର ସାପ୍ତାହିକ ହାଟ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ପାଇଁ ଦାବି ହୋଇଛି । ହାଟ ବନ୍ଦ ଯୋଗୁଁ ବ୍ୟବସାୟୀ ଜାଫର ଆନସାରି, ମହମ୍ମଦ ସଲିମ୍, ନାରାୟଣ ବେହେରା, ଶମ୍ଭ ରାମ, ମହମ୍ମଦ ସାକିର ପ୍ରମୁଖ ଚିନ୍ତାରେ ପଡ଼ିଛନ୍ତି ।

Related Posts

About The Author

Add Comment