ବୁଗୁଡ଼ା, ୨୯/୦୧/୨୧ (ସନ୍ଧାନ ନିଉଜ) : ବୁଗୁଡ଼ା ଅନ୍ତର୍ଗତ କୁଣ୍ଡାଖାଇ ପାହାଡରେ ଶିକାରୀ ବିଛାଇ ଥିବା ଵାରାହା ଜାଲ ରେ ଫସି ରହି ଥିବା ଚିତା ବାଘ ର ଗର୍ଜନ ଶୁଣି ସ୍ତନୀୟ ଲୋକେ ସେଠାକୁ ଯାଇ ଦେଖିବା ପରେ ବନ ବିଭାଗକୁ ସୂଚନାଦେଇଥିଲେ । ବନ ଅଧିକାରୀ ଫକୀର ଚରଣ ବେହେରା ନେତୃତ୍ୱରେ ବନ ବିଭାଗ କର୍ମଚାରୀ ବାରାହା ଜାଲ ଫସିଥିବା ଦ୍ୱାରା ଚିତା ବାଘକୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇ ଥିବା ବେଳେ ସେହି ସମୟରେ ବାଘଟି ଜଣଙ୍କ ଗୋଡକୁ କାମୁଡି ଦେଇଥିଲା l ଆହତଙ୍କ ନାମ ଦିଲ୍ଲୀପ କୁମାର ଦାସ ତାଙ୍କୁ ବୁଗୁଡ଼ା ମେଡ଼ିକାଲ କୁ ନିଆଯାଇ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି l ଚିତା ବାଘକୁ ଧରି ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରିବାପରେ । ଚିତା ବାଘକୁ ଜଙ୍ଗଲରେ ଛାଡ଼ିବା ପାଇଁ ନିଆଁ ଯାଇଥିଲା ସେହି ସମୟରେ ବାହୁବଳି ଚିତା ବାଘର ମୃତ୍ଯୁ ଘଟିଥିଲା l
ଚିତା ବାଘ ଉଦ୍ଧାର,ଜଣେ ଆହତ। ବାହୁବଳି ଚିତା ବାଘ ଉଦ୍ଧାର ପରେ ମୃତ୍ୟୁ
|
January 29, 2021 |