ବାରିପଦା ୧୯.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଗୋପବନ୍ଧୁନଗର ବ୍ଲକରେ ଚିକିତ୍ସା କ୍ଷେତ୍ରରେ ସ୍ଥାଣୁତା ଦେଖାଯାଇଛି । ଘର ତିଆରି ସରିଥିଲେ ମଧ୍ୟନୂଆ ନିଯୁକ୍ତି ହୋଇନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ୨୦୧୧-୧୪ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୩ ଶହଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର ନୂତନ ଗୃହ ନିର୍ମାଣ ସରିଛି । ଏଥିମଧ୍ୟରୁ ଗୋପବନ୍ଧୁ ନଗର ବ୍ଲକର କୁଆମରା,ସାଇଁକୁଳା,ଓ ରାଣୀବଂଧ ତିନୋଟି ସ୍ଥାନରେ ଅର୍ଥ ମଞ୍ଜୁର ହେବା ସହ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ସରିଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ରାଣୀବଂଧଠାରେ ୨୦୧୧-୧୨ରେ ୪ଲକ୍ଷ ୨୫ ହଜାର ଓ ୨୦୧୩-୧୪ ଆର୍ଥିକ ବର୍ଷରେ ସାଇଁକୁଳା ଓ କୁଆମରାଠାରେ ପୃଥକ ଭାବେ ୫ ଲକ୍ଷ ୩୩ ହଜାର ଟଙ୍କାର ବ୍ୟୟ ଅଟକଳରେ ଘର ତିଆରି ହୋଇଥିଲା । ବର୍ଷେ ମଧ୍ୟରେ ସେବା ମିଳିବ ବୋଲି ସରକାରୀସ୍ତରରେ ଘୋଷଣା କରାଯାଇଥିଲା । ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଡାକ୍ତର ଅଭାବରୁ ତାହା ଖୋଲାଯାଇ ପାରୁନାହିଁ । ଉକ୍ତ ତିନୋଟି ସ୍ଥାନରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ପୁରୁଣା ବାରିପଦାଠାରେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଅଛି । ଏହା ଅଧୀନରେ କୁଶଳଦା। , ଜୟିଦା, ପଶୁଦା, ବରଡିହି ଓ ଆରପଟାଠାରେ ଏଲ୍ଆଇ ସେଣ୍ଟର କାର୍ଯ୍ୟ କରୁଛି । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ବିଭିଓ ପଦ ଦୀର୍ଘ ୪ବର୍ଷ ହେଲା ଶୂନ୍ୟ ପଡ଼ିଛି । କୁଶଳଦା ପଶୁ ଚିକିତ୍ସାଳୟର ଭିଏସ୍ ବିଭିଓ ଦାୟିତ୍ଵରେ ରହି ଦୁଇଟି କାର୍ଯ୍ୟ ତୁଲାଉଛନ୍ତି ।ମାସେ ତଳେ ଆରପଟା ଏଲ୍ଆଇ ସେଣ୍ଟରରେ ଜଣେ ନୂତନ ଏଲ୍ଆଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କୁ ସପ୍ତାହେ ତଳେ ଡେପୁଟେସନର କରଞ୍ଜିଆ ପଠାଯାଇଛି । ତେବେ ମାସେ ମଧ୍ୟରେ ତାଙ୍କୁ ଏଠାରେ ଡେପୁଟେସନରେ ପଠାଇବା ପଛରେ କାହାର ସ୍ବାର୍ଥ ରହିଛି ତାହା ବୁଝାଇ ପଡୁନାହିଁ । ଦୀର୍ଘ ୫ ବର୍ଷ ଧରି ଉକ୍ତ ପଦ ଶୂନ୍ୟ ପଡଥିବାରୁ ଉକ୍ତ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସେହିପରି ରାଣୀବଂଧ ଠାରେ ନୂତନ ଭାବେ ଯୋଗଦେଇଥିବା ଏଲ୍ଆଇଙ୍କୁ ଖୁଣ୍ଟା ଡେପୁଟେସନରେ ପଠାଯିବା ଯୋଗୁଁ ସେଠାରେ ମଧ୍ୟ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବାଧା ଉପୁଜୁଛି । ସରକାରୀ ତଥ୍ୟ ଅନୁଯାୟୀ ଏବେ ବ୍ଲକରେ ମୋଟ ୨୭ ହଜାର ୩୦ ଟି ଗୋରୁଗାଈ ଥିବା ବେଳେ ୩୦ ହଜାର ଛେଳିମେଣ୍ଢା ଓ ଅନ୍ୟାନ୍ୟ ଗୃହପାଳିତ ପକ୍ଷୀ ୨୭ ହଜାର ରହିଛନ୍ତି । ଜର୍ସି ଗାଈ ହଜାରେରୁ ଅଧିକ ଥିବା ବେଳେ ଡ଼ାକ୍ତର ଅଭାବରୁ ଠିକ୍ ସମୟରେ ଚିକିତ୍ସା ମିଳି ପାରୁନାହିଁ । ଫଳରେ ଗୋପାଳକମାନଙ୍କର ସମସ୍ୟା ବଢ଼ିବାରେ ଲାଗିଛି । ଲାଭ ପରିବର୍ତ୍ତେ ଚାଷୀକୁ କ୍ଷତି ସହିବାକୁ ପଡୁଛି । ଏଣୁ ଶୂନ୍ୟ ପଡ଼ିଥିବା ପଦଗୁଡିକୁ ଖୁବ୍ ଶ୍ରୀଘ୍ର ପୂରଣ କରିବାକୁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି । ଏ ନେଇ ବିଭିଓ ଦାୟିତ୍ଵରେ ଥିବା ପୂର୍ଣ୍ଣଚନ୍ଦ୍ର ଗିରିଙ୍କୁ ପଚାରିବାରୁ ଏବେ କର୍ମଚାରୀ ନାହାଁନ୍ତି , ଖୁବଶିଘ୍ର ପଦବୀ ଗୁଡିକ ପୂରଣ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ତାଜା ଖବର
- ଭଦ୍ରକ ପୂର୍ତ୍ତ ବିଭାଗ କୁ କଣ ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ର ରାସ୍ତା ଦେଖା ଯାଉନାହିଁ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ମାଟ୍ରିକ୍ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ।
- ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରିଛି ନାଇସ ଇନଷ୍ଟିଚ୍ୟୁଟ ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବନଡେଗା ରେ ବକରିଦ ପର୍ବ ପାଳିତ
- ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତା ର ସହିତ ଅନୁଷ୍ଠିତ
- ଦେବାଶିଷ ସାମନ୍ତରାୟ କାହିଁକି ଛାଡ଼ିଲେ ବିଜୁ ଜନତା ଦଳ?
- ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର୍ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଜୟଚଣ୍ଡୀ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ପରିଚାଳନାରେ ଦୁର୍ନୀତି ଅଭିଯୋଗ



