ଚରମ ସୀମାରେ ପଂଚାୟତରେ ଅରାଜକତା ବିଧବା ପୋଡିଲେ ଅନୁମତି ପତ୍ର, ସମଗ୍ର ଯାଜପୁର ସ୍ତବ୍ଧ ।

Spread the love

ଯାଜପୁର, ୨୫/୯ (ସନ୍ଧାନ ନିୟୁଜ/ଏସ. ଦବତା) ଯୋଜନା ସବୁ ବାଟ ହୁଡିଛି, ଆଇନକୁ ଅବାଟରେ ନିଆଯାଉଛି ,ଅନଗ୍ରସରତାର ଶେଷ ପାହାଚରେ ପହଂଚିଛି ପଂଚାୟତ, ଶୋଷଣରୁ ବାଦ ପଡିନାହାନ୍ତି କେହି ସେ ବିଧବା ହେଉ, ହେଉ ବା ବିକଳାଙ୍ଗ.ସମବେଦନାକୁ ଚାତକଭଳି ଅପେକ୍ଷା କରିଛନ୍ତି ଏକ ପଂଚାୟତବାସୀ କିନ୍ତୁ କେବେ ମିଳିବ…….ମୁକ୍ତି , ଶାନ୍ତି. ନ୍ୟାୟ, ଶୋଷଣକାରୀର ପଂଝାରୁ

ଗତ ବର୍ଷ ବରଗଡ ଜିଲ୍ଲାରେ ଚାଷୀମାନେ ପୋକ ସମସ୍ୟାକୁ ନେଇ ଧାନ କିଆରୀକୁ ପୋଡିଦେଇଥିବାର ନଜିର ରାଜ୍ୟବାସୀ ଏ ପର୍ଯ୍ୟନ୍ତ ଭୁଲି ନଥିବା ବେଳେ ଏବେ ପୁଣି ସେହିପରିଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସିଂହାପୁର ପଂଚାୟତରେ । ଗତ ରବିବାର ସଂଧ୍ୟା ଆଳତୀ ବେଳେ ଆଳତି ସହ ସରକାରୀ ସ୍ୱଚ୍ଚ ଭାରତ ଯୋଜନାରେ ପାଇଖାନା ନିମନ୍ତେ ବ୍ଲକରୁ ପାଇଥିବା ଅନୁମତି ପତ୍ରଟିକୁ ଗ୍ରାମ ଦେବତାଙ୍କ ଜଳନ୍ତା ଦୀପରେ ପୋଡି ପାଉଁସ କରିଦେବା ଘଟଣା ସାରା ଯାଜପୁର ଜିଲ୍ଲାରେ ଚହଳ ସୃଷ୍ଟି କରିଛି ।ଘଟଣାଟି ଏହିପରି ଏହି ଜିଲ୍ଲାର ସିଂହାପୁର ପଂଚାୟତ ଅନ୍ତର୍ଗତ ବାମଦେବପୁର ଗ୍ରାମର ଅସହାୟ ବିଧବା ତଥା ଜଣେ ହାର୍ଟ ରୋଗୀ ସରସ୍ୱତୀ ଆଚାର୍ଯ୍ୟ । ଗତ ରବିବାର ସେ ନିଜର କାର୍ଯ୍ୟାଦେଶ ପତ୍ରଟିକୁ ପୋଡିଦେବା ସହ କିଛି ବିଭାଗୀୟ ସରକାରୀ ଅଧିକାରୀଙ୍କୁ ମଧ୍ୟ ସେ ଅଭିଶାପ ଦେଉଥିବାର ଶୁଣା ଯାଇଥିଲା ।ଏଠାରେ ପ୍ରକାଶ ଯୋଗ୍ୟ କି ବିଚରା ବିଧବା ସରସ୍ୱତୀ ଆଚାର୍ଯ୍ୟ ନିଜ ସ୍ୱମୀଙ୍କ ମୃତ୍ୟୁ ପରେ ବଡ ଦୁଃଖ କଷ୍ଟରେ ଜୀବିକା ନିର୍ବାହ କରି ଆସୁଛନ୍ତି ,ତାଙ୍କର କେହି ସାହା ଭରଷା ନ ଥିବା ସ୍ଥଳେ ବର୍ଷାଦିନେ ଝାଡା ଯିବାକୁ ନେଇ ତାଙ୍କର ଗମ୍ଭୀର ସମସ୍ୟା ଦେଖାଦେଉଥିଲା ଏଣୁ ଗତ ୨୪-୪-୨୦୧୮ ରିଖରେ ରସୁଲପୁର ବ୍ଲକ ଯାଇ ସ୍ୱଚ୍ଛ ଭାରତ ମିଶନ ଜରିଆରେ କନିଷ୍ଟ ଯନ୍ତ୍ରୀଙ୍କ ଠାରୁ ଏକ ଓ ୍ୱାର୍କ ଅର୍ଡର ଆଣିଥିଲେ ଏବଂ ତାପରେ ଧାର କରଜ କରି ବହୁ କଷ୍ଟରେଏକ ପାଇଖାନା ନିର୍ମାଣ କରିଥିଲେ ମାତ୍ର ୫ ମାସ ହେଲା ସେ ତାଙ୍କ କରଜ ଶୁଝି ପାରୁ ନଥିବା ବେଳେ ସରକାରଙ୍କ ଠାରୁ ପ୍ରାପ୍ୟ ୧୨୦୦୦ ଟଙ୍କା ମଧ୍ୟ ଅଧିକାରୀଙ୍କର ଉଦେଶ୍ୟମୁଳକ ଦାୟିତ୍ୱହୀନତା ପାଇଁ କୌଣସି ମତେ ପାଇପାରୁ ନାହାନ୍ତି ଯାହା ଫଳରେ ଉପାୟ ଶୁନ୍ୟ ହୋଇ ଶୋକ ଓ କୋ୍ରଧରେ ସେ ଏପରି ଚରମ ପଦକ୍ଷେପ ନେଇଥିବା ଜଣା ଯାଇଛି .ଏହି ଅଘଟଣା ପଛରେ କିଛି ସରକାରୀ ଅଧିକାରୀଙ୍କ ଉଦେଶ୍ୟମୁଳକ ହାତ ଥିବା ଜଣା ଯାଇଛି କେବଳ ଏହି ଗୋଟିଏ ଘଟଣା ନୁହେଁ ଏହି ପଂଚାୟତରେ ବହୁ ହିତାଧିକାରୀ କିଛି ନିର୍ଦ୍ଧିଷ୍ଟ ସରକାରୀ ଅଧିକାରୀଙର ନିର୍ଜାତନାର ଶୀକାର ବନିଆସୁଛନ୍ତି , କାରଣ ସ୍ୱରୁପ ଆମ ଅନୁସନ୍ଧାନରୁ ଯାହା ଜଣାଯାଇଛି ଦୀର୍ଘ ୨୦ ବର୍ଷ ଧରି କରି ବିଭୀନ୍ନ ପଦାଧିକାରୀଙ୍କୁ ହାତ କରି ଜଣେ ପଂଚାୟତ ନିର୍ବାହୀ ଅଧିକାରୀ ଐତିହ ସଂପର୍ଣ ସିଂହାପୁର ପଂଚାୟତକୁ ପରିଚାଳନା କରିଅସୁଛନ୍ତି ଯଦିଓ ସରକାରୀ ନିୟମରେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିପାରିବ ନାହିଁ ସମ୍ଭବତଃ ସେହିହେତୁ କେବଳ ପାଇଖାନା ଯୋଜନା ନୁହେଁ ଇନ୍ଦିରା ଆବାସ , ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତା , ରାସନ କାର୍ଡ ଆଦି ସମସ୍ତ ସରକାରୀ ଯୋଜନାକୁ ସେ ନିଜର ଇଚ୍ଛାନୁଯାଇ ଦୀର୍ଘ ୨୦ ବର୍ଷ ଧରି ସ୍ୱେଚ୍ଛାକୃତ ରୁପେ କୁପରିଚାଳନା କରିଆସୁଛନ୍ତି , ସମସ୍ତ କ୍ଷମତାର ଉପଯୋଗର ସୁବିଧା ଏଠାରେ ତାଙ୍କୁ ମିଳୁଥିବାରୁ ଯେତେ ଥର ଅନ୍ୟତ୍ର ବଦଳୀ ହେଲେ ମଧ୍ୟ ସେ ଏଠାକୁ ପୁନଃ ପ୍ରତ୍ୟାବର୍ତନ କରୁଛନ୍ତି ଯାହା ଏହି ପଂଚାୟତବାସୀଙ୍କ ପାଇଁ କାଳ ପାଲଟିଛି , ଦୀର୍ଘ ଦିନ ଧରି ଗୋଟିଏ ପଂଚାୟତରେ ରହିବା ଓ କିଛି କ୍ଷମତାଶଳୀଙ୍କୁ ତୁଷ୍ଟକରିବା ଆଦି କାର୍ଯ୍ୟଶୌଳୀ ସ୍ୱତଃ ସନେ୍ଦହ ଘେର ଭିତରକୁ ଆସି ଯାଇଛି , କେବଳ ବିଧବା ସରସ୍ୱତୀ ନୁହନ୍ତି ଗ୍ରାମର ଅନ୍ୟ ଜଣେ ବୃଦ୍ଧ ବ୍ୟକ୍ତି ଅକ୍ଷୟ ମହାପାତ୍ର , ଭୀନ୍ନକ୍ଷମ ତାରୀଣୀ ମହାପାତ୍ର ,ବିନୋଦୀନି ରଥ ଆଦି ବହୁ ବ୍ୟକ୍ତି ପଂଚାୟତ ଅଧିକାରୀଙ୍କ ଅନ୍ୟାୟର ଶୀକାର ହୋଇଥିବା ପ୍ରକାଶ କରିଛନ୍ତି ଏଣୁ ଏପରି ଏକ ସ୍ପର୍ଶକାତର ବିଷୟକୁ ଗୁରୁତର ସହ ବିଚାର କରି ଏଥିରେ ସଂସ୍ଲିଷ୍ଟ ଅଧିକାରୀଙ୍କୁ ଉଚିତ ଶାସ୍ତିବିଧାନ କରା ନ ଗଲେ ଜନ ଅସନ୍ତୋସ ସୀମାତିକ୍ରମ କରିବାର ବହୁ ସମ୍ଭାବନା ଥିବାର ଉକ୍ତ ଅଂଚଳରେ ଜଣା ଯାଇଛି ।

Related Posts

About The Author

Add Comment