କଟକ, ୧୪/୦୩/୨୧ (ସନ୍ଧାନ ନିଉଜ) – କଟକ ସଦର ବୟାଳିଶମୌଜା ଉପକଣ୍ଠ ଟାଈଁକଣା ଗ୍ରାମର ଚନ୍ଦ୍ରଶେଖର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁନାମେଣ୍ଟ ଅନୁଷ୍ଠିତ ହୋଇ ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରି ୩ ଓଭର ଖେଳି ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଲବ କଳପଡ଼ା ୩୦ ରନ କରି ବିଜୟଲାଭ କରି ବିଜୟୀପଦକ ସହ ୫୦୦୧ ଟଙ୍କା ପୁରସ୍କାର ପାଇଥିବା ବେଳେ ନାରାୟଣୀ କ୍ରିକେଟ କ୍ଲବ ଡିହସରିଚୁଆଁକୁ ରନର୍ସକପ ସହ ୩୮୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି କ୍ରୀଡା ଉତ୍ସବକୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବାବେଳେ,ମୁଖ୍ୟଅତିଥି କଳପଡା ପଂଚାୟତର ସରପଞ୍ଚ ସମାଜସେବୀ ମିଲନ କୁମାର ନାୟକ,ସମ୍ମାନୀତ ବରେଣ୍ୟ ଅତିଥି ପ୍ରାଧ୍ୟାପକ ଇଂ.ମନୋଜ କୁମାର ନାୟକ ଏବଂ ଉତ୍କଳ ବିକାଶ ପରିଷଦର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ମ୍ୟାଚରେ ଅମ୍ପେୟାର ଭାବେ ପ୍ରଦୀପ ପ୍ରଧାନ ଓ କ୍ଲବର ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ଟୁନାମେଣ୍ଟ ପରିଚାଳନା କରିଥିଲେ ।
ଚନ୍ଦ୍ରଶେଖର କ୍ରିକେଟ କ୍ଳବ ଟାଈଁକଣା ୪୨ମୌଜା ପକ୍ଷରୁ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।
|
March 14, 2021 |
