ଘର ରୁ ୫୦୦ମିଟର ଦୂରତା ରେ ମିଳିଲା ଗାଁ ବ୍ୟକ୍ତି ଙ୍କ ଝୁଲନ୍ତା ଶବ

Spread the love

ସୁନ୍ଦରଗଡ଼ ତା:୨୨-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ତଲସରା ଥାନା, ସବଡେଗା ବ୍ଲକ, ଟାଙ୍ଗର ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାଗଜୋର ଗ୍ରାମ ର ଜଣେ ବ୍ୟକ୍ତି ନିଜ ଘର ରୁ ୫୦୦ମିଟର ଦୂରତା ରେ ଏକ ମହୁଲ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତଲସରା ଥାନା ରେ ଟାଙ୍ଗର ଗାଁ ସରପଞ୍ଚ ଶ୍ରୀ ଆଶିତ କୁମାର କିସପଟ୍ଟା ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଗତ ତା:୨୧-୦୯-୨୦୨୬ରିଖ ସୋମବାର ଦିନ ବ୍ୟକ୍ତି ଜଣକ ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା କୁ ଅପରାହ୍ନ ୪ଟା ସମୟରେ ଜଣେ ଗାଈଗୋରୁ ଚରଳି ଲୋକ ଦେଖି ଗ୍ରାମ ର ସମସ୍ତ ଙ୍କୁ ସୂଚନା ପହଞ୍ଚାଇଥିଲେ l ଗାଁ ଲୋକେ ଖବର ପାଇ ଆସି ଦେଖି ଜାଣି ପାଇଲେ ଯେ ଆତ୍ମହତ୍ୟା କରିଥିବା ମୃତକ ଜଣକ ହେଲେ ନବୀନ କୁଲୁ (୨୮)ବୋଲି l ସେ ତାଙ୍କର ମାନସିକ ବିକୃତ ବ୍ୟକ୍ତି ଥିଲେ ବୋଲି ଗାଁ ଲୋକ ପ୍ରକାଶ କରିଥିବା ସୂଚନା ମିଳିଛି l ଲିଖିତ ଅଭିଯୋଗ ପାଇ ତଲସରା ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି ଶବ ଜବତ କରି ଶବ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା କୁ ପଠାଇ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ l

Related Posts

About The Author

Add Comment