ଗ୍ୟାସ ଚୁଲା ରୁ ଗାଡ଼ି ରେ ଅଗ୍ନିକାଣ୍ଡ, ବର୍ତ୍ତିଲେ ଡ୍ରାଇଭର

Spread the love

ସମ୍ବଲପୁର(ରେଙ୍ଗାଲି/ବସନ୍ତ ରଣା) ୦୭/୦୧/୨୦୨୪,ସନ୍ଧାନ ନ୍ୟୁଜ: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଠେଲକୋଲୋଇ  ଭୂଷଣ ଛକ ରେ ଦିନ କୁ ଦିନ ଅବାଧ ଗାଡ଼ି ପାର୍କିଂ ବଢ଼ିବା ରେ ଲାଗିଛି।  ନିକଟସ୍ଥ ଏନ ଏଲ ସି ରୁ ବାହାରୁଥିବା କୋଇଲା ବୋଝେଇ ଭାରିଯାନ ଗୁଡିକ ସଦାସର୍ବଦା ଏହି ଛକ ରେ ପାର୍କିଂଗ କରି ଆସୁଛନ୍ତି। ଯାହା ଫଳରେ ଏଠାରେ ଅଧିକାଂଶ ସମୟ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଆଜି ମଧ୍ୟାହ୍ନ ପ୍ରାୟ ଘ.୧୧.୩୦ମି. ସମୟରେ ଏକ କୋଇଲା ବୋଝେଇ ଭାରିଯାନ( ନଂ – OD16L 9936) ଏହି ଛକ ନିକଟରେ ପାର୍କିଂ କରିଥିଲା। ଏହିଗାଡ଼ି ଭିତରେ ଏକ ଗ୍ୟାସ ଚୁଲା ରେ ଡ୍ରାଇଭର ଜଣକ ରୋଷେଇ କରି ବାହାରେ ବୁଲାବୁଲି କରୁଥିଲା। ଏବଂ ପରେ ଏହି ଗ୍ୟାସ ଚୁଲାରୁ ନିଆଁ ଲାଗି ଗାଡ଼ିଟି ଜଳିଯାଇଥିଲା। ନିକଟସ୍ଥ ଜେ ଏସ ଡବ୍ଲୁ କମ୍ପାନୀ ର ଦମକଲ ବିଭାଗ ଆସି ନିଆଁ କୁ ଆୟତ୍ତ କରିଥିଲେ। ଗାଡ଼ି ତଥା ନିକଟସ୍ଥ ଦୋକାନୀ ମାନେ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।କାହାରି କିଛି କ୍ଷତି ହୋଇ ନାହିଁ।ଗାଡ଼ିଟିର ସାମନା ଭାଗ ପ୍ରାୟତଃ ପୋଡ଼ି ଯାଇ ନଷ୍ଟ ହୋଇଯାଇଥିଲା।

Related Posts

About The Author

Add Comment