ଗ୍ୟାଙ୍ଗଷ୍ଟାର ଟିଟୋକୁ ରାଜପଥରେ ଏନକାଉଂଟର କଲା ପୋଲିସ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

Spread the love
  • 88
    Shares

ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା
ଯାଜପୁର, ୩୦/୬(ସନ୍ଧାନ ନିୟୁଜ/ମାନସ ରାଉତ)- ବହୁ ହତ୍ୟା, ଅପହରଣ, ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସ୍ ଅପରାଧରେ ଜଡ଼ିତ ଥିବା କେନ୍ଦ୍ରାପଡ଼ାର ଦୃଦାନ୍ତ ଅପରାଧି ମୋଷ୍ଟ ୱାଣ୍ଟେଡ଼୍ ଗ୍ୟାଙ୍ଗଷ୍ଟାର ସେକ୍ ଉସ୍ମାନ୍ ଅଲ୍ଲି ଅଲିୟାସ ଓରଫ (ଟିଟୋ)କୁ ଆଜି ପୋଲିସ୍ ଏନ୍କାଉଣ୍ଟର କରିଛି । ଆଜି ଅପରାହ୍ନ ୩ ଘଟିକା ସମୟରେ ଘଟଣାରେ ଜଡ଼ିତ ଟିଟୋକୁ ନିଜ ବାସଗୃହରୁ ସ୍ପେସାଲ ଟ୍ୟାକ୍ସ ଫୋର୍ସ୍ ର ଏ.ଡ଼ି.ଜÿି ହିମାଂଶୁ ଲାଲ୍ ଏକ ଗାଡ଼ିରେ ଆଣୁଥିବା ସମୟରେ ଚଣ୍ଡିଖୋଲ ସନ୍ନିକଟ ଶ୍ରୀରାମପୁର ଟୋଲ ପ୍ଳାଜା ଓ ଚଣ୍ଡିଖୋଲ ମଧ୍ୟ ସ୍ଥଳରେ ଟିଟୋ ପୋଲିସକୁ ଚକମା ଦେଇ ଫେରାର ହେବାକୁ ଚେଷ୍ଟା କରି ପୋଲିସ୍କୁ ଅତ୍ତର୍କିତ ଆକ୍ରମଣ କରିଥିଲା । ଫଳରେ ପୋଲିସ୍ ନିଜକୁ ସୁରକ୍ଷା ଦେବାକୁ ଯାଇ ତାର ବାମ ଗୋଡ଼ରେ ଗୁଳି ଚଳାଇଥିଲା । ଘଟଣା ସ୍ଥଳରେ ଟିଟୋ ଆହତ ହୋଇଥିଲା । ଆହତ ଟିଟୋକୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ତତ୍ତ୍ୱାବଧାନରେ ଚିକିତ୍ସା କରାଯାଇ ଆମ୍ବୁଲାନସ୍ ଯୋଗେ ପୋଲିସ୍ ସୁରକ୍ଷା ବଳୟରେ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଥିଲା । ଖବର ପାଇ ଯାଜପୁର ଏସ.ପି ଚରଣ ସିଂ ମୀନା ବଡ଼ଚଣା ଥାନାରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବା ସହିତ ତଦନ୍ତକୁ ତ୍ୱରାନିତ କରିଥିଲେ । ତେବେ ଅଧିକ ତଦନ୍ତ ପାଇଁ ଅଧିକ ସୂଚନା ଦିଆଯାଇନଥିଲା ।

  • 88
    Shares

Related Posts

About The Author

Add Comment