ଗ୍ରୁପ ଡ଼ି ଆସୋସିଏସନ ସଭାପତି ଙ୍କ ଧର୍ମଶାଳା ଗସ୍ତ।

Spread the love

ଜେନାପୁର,୩/୨ (ସନ୍ଧାନ ନ୍ୟୁଜ୍): ଓଡ଼ିଶା ମେଡ଼ିକାଲ ୟୁନିୟନ ୱାର୍କରସ ଆସୋସିଏସନ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ରାଉତ ଧର୍ମଶାଳା ଗସ୍ତ କରିଛନ୍ତି। ରବିବାର ଶ୍ରୀ ରାଉତ ଧର୍ମଶାଳା ମେଡ଼ିକାଲରେ ପହଞ୍ଚି ଥିଲେ। ଏହି ସମୟରେ ଧର୍ମଶାଳା ମେଡ଼ିକାଲ ରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ କରିବା ସହିତ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ରାଉତ ଗସ୍ତ ସମୟରେ ଜିଲ୍ଲାରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ଏହାକୁ କିପରି ସମାଧାନ କରାଯିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଵିଶେଷ କରି ଜିଲ୍ଲାରେ କାର୍ଯ୍ୟରତ ଅଧିକାଂଶ କର୍ମଚାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସେବା କରୁଥିବା କର୍ମଚାରୀ ଙ୍କ ନିୟମିତ ତଥା ସ୍ଥାୟୀ ନିଯୁକ୍ତି ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଅବସରରେ କର୍ମଚାରୀ ଜଗଦୀଶ ବାରିକ, ବାଦଲ ମଲ୍ଲିକ, ସନାତନ ସାହୁ, ମହେଶ୍ବର ପୃଷ୍ଟି, ସୌଭାଗ୍ୟ ଲଷ୍ମୀ ମିଶ୍ର, ଅଂଶୁଜିତ ପ୍ରଧାନ,ଅନନ୍ତ ବେଜ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment