ଗ୍ରାମାଞ୍ଚଳରେ ଲୋକେ ବିଜୁଳି ପାଇଁ ହଇରାଣ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ଼ତା.(୮/୬/୨୦୨୪ ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )କେନ୍ଦ୍ର ସରକାର ଉଜ୍ଜଲା ଯୋଜନା ମାଧ୍ୟମରେ ଦେଶର ସମସ୍ତ ପରିବାର ଆଲୁଅ ରେ ରହିବେ ଭାବି ସମସ୍ତ ପରିବାର ଙ୍କ ପାଇଁ ବିଜୁଳି ର ସୁବିଧା କରିଥିବା ବେଳେ କେତେକ ଅଞ୍ଚଳ ରେ ଠିକ ହିସାବ ରେ ବିଦ୍ୟୁତ ବିଭାଗ ଭଲ ଭାବରେ ବିଦ୍ୟୁତ ପରିଚଳନା ନ ହେବା ଅଞ୍ଚଳରେ ଚିନ୍ତା ବଢ଼ାଇଛି । କେତେ ବେଳେ ବିଦ୍ୟୁତ ଟ୍ରାସଫର୍ମା ଫିଉଜ ଉଡି ଅନେକ ସମୟ ଧରି ତାହା ମରାମତି ହୋଇ ପାରୁ ନ ଥିବା ଓ ବର୍ଷା ସମୟ ଆସୁଥିବା କାରଣରୁ ଅନେକ ସମୟରେ ବିଜୁଳି କାଟ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି । କେତେବେଳେ କୁଆଡୁ ଗୋଟିଏ ଛୋଟ ପବନ ବହିଲେ ବିଜୁଳି କାଟ ହେଉଛି l ଏଥି ପାଇଁ ଗ୍ରାମାଞ୍ଚଳରେ ଲୋକେ ବିଜୁଳି ପାଇଁ ହଇରାଣ ହେଉଥିବା ଜଣା ପଡିଛି l ଗାଁ ପରିକ୍ରମା ରେ ବାଲିଶଙ୍କରା ବ୍ଲକ ଶାଗବାହାଲ ଗ୍ରାମ ପଂଚାୟତ ଅନ୍ତର୍ଗତ ସିକିପାନୀ ଗ୍ରାମରେ ବିଜୁଳି ପାଇଁ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳିଥିଲା । ଏହି ଗ୍ରାମ ରେ 60ପରିବାର ରୁ ଅଧିକ ପରିବାର ଥିବା ବେଳେ ଏଠାରେ ଅତି ଛୋଟ ଟ୍ରାସଫର୍ମା ଟିଏ ଦିଆଯାଇଛି l ଯାହା କି ସବୁ ପରିବାର ପାଇଁ ଠିକ ହିସାବ ରେ ବିଦ୍ୟୁତ ପରିଚଳନା ହୋଇ ପାରୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l ସମସ୍ୟା କୁ ନେଇ ବିଦ୍ୟୁତ ବିଭାଗ କୁ ଅନେକ ଥର ଜଣାଇ ଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କର କଥା କୁ କର୍ଣ୍ଣପାତ କରୁ ନ ଥିବା ଥିବା ଅଞ୍ଚଳବାସୀ ପ୍ରକାଶ କରିଥିଲେ l ଆଗାମୀ ଦିନରେ ଅତିଶୀଘ୍ର ଏହାର ଉଚିତ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ଅଫିସ ଘେରାଉ କରିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Related Posts

About The Author

Add Comment