ସୁନ୍ଦରଗଡ଼ ତା:୨୨-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ତଲସରା ଛକ ଠାରେ ଥିବା ଷ୍ଟିଟ ଲାଇଟ ଖରାପ ହୋଇଯିବା ଯୋଗୁଁ ବାରମ୍ବାର ଗ୍ରାମବାସି ପ୍ରଶାସନ କୁ ଏହି ଷ୍ଟିଟ ଲାଇଟ କୁ ମରାମତି କରିବା ପାଇଁ ଦାବି କରିଥିଲେ ମଧ୍ୟ ପ୍ରଶାସନ ତରଫରୁ ରୁ କୌଣସି ମରାମତି ସୁବିଧା କରି ନ ଥିଲେ l ବାରମ୍ବାର ଏହି ଷ୍ଟିଟ ଲାଇଟ ର ବିଷୟରେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିଲେ ମଧ୍ୟ ପ୍ରଶାସନ ଜନ ସାଧାରଣ ଙ୍କ ଦାବି ପୂରଣ କରି ନ ଥିଲେ l ଏହି ଛକ ଛତିଶଗଡ ଓ ଝାରଖଣ୍ଡ ସୀମାନ୍ତ ରେ ଥିବା ବେଳେ ଏହି ଛକ ରେ ପ୍ରତିଦିନ ଶହ ଶହ ଯାତ୍ରୀ ପ୍ରତୀକ୍ଷାଳୟ ରେ ବସ ପ୍ରତୀକ୍ଷା କରୁଥିବା ବେଳେ ଷ୍ଟିଟ ଲାଇଟ ଖରାପ ହୋଇଥିବା ଯୋଗୁଁ ଛକ ଟି ଅନ୍ଧାର ହୋଇଯାଇଥିବା ଦେଖିବାକୁ ମିଳିଛି l ଏ ସବୁ ଅସୁବିଧା କୁ ଗ୍ରାମବାସି ପ୍ରଶାସନ ପାଖରେ ବାରମ୍ବାର ଦାବି କରିଲେ, ବାରମ୍ବାର ସୋସିଆଲ ମିଡ଼ିଆ ରେ ପ୍ରଚାର ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନ ଅଣଦେଖା କରି ରହିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l ଏହି ସବୁ ଅସୁବିଧା କୁ ଦେଖି ଆଜି ଗ୍ରାମବାସି ମିଶି ଷ୍ଟିଟ ଲାଇଟ କୁ ମରାମତି କରୁଥିବା ଜାଣିବାକୁ ମିଳିଛି l
ଗ୍ରାମବାସୀ କଲେ ତଲସରା ଛକ ର ଷ୍ଟିଟ ଲାଇଟ ମରାମତି କାର୍ଯ୍ୟ
|
June 22, 2026 |



