ସିଧିପୂର୍ ଗ୍ରାମରେ ଜନ ଅଭିଯୋଗ ଶୁଣାଣୀ

Spread the love

ଯାଜପୁର : ୧୭/୮/୨୬ (ସନ୍ଧାନ ନ୍ୟୁଜ) ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ଉଦ୍ୟମ ରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ପଞ୍ଚାୟତ ରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଚାଲୁ ରହିଛି। ଆଜି କ୍ଷେତ୍ରପାଳ ପଞ୍ଚାୟତ ର ସିଧିପୁର ଗ୍ରାମରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା, ଏହି ଅଭିଯୋଗ ଶୁଣାଣୀ ରେ ଧର୍ମଶାଳା ପଞ୍ଚାୟତ ସମିତି ର ଅଧ୍ୟକ୍ଷ ସୁଚିଶ୍ମିତା ଦାସ, କ୍ଷେତ୍ରପାଳ ପଞ୍ଚାୟତ ସରପଞ୍ଚ ଫକୀର ନାରାୟଣ ମିଶ୍ର, ନିତ୍ୟାନନ୍ଦ ଖିଲାର , ପ୍ରଭାରୀ ଦେବାଶିଷ କର , ମଦନ ପାରମାଣିକ , ଚୈତନ୍ୟ ଖଣ୍ଡାଇ, ଆମର କୁମାର ଦାସ , ସୁବ୍ରତ ବେହେରା, ପ୍ରଭାସ ଦାସ, ନକୁଳ ଜେନା, ରମାକାନ୍ତ ମଲ୍ଲିକ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ଏହି ଅଭିଯୋଗ ଶୁଣାଣୀ ରେ ସିଧିପୁର୍ ଗ୍ରାମର ମହିଳା ଓ ପୁରୁଷ ମାନେ ଯୋଗ ଦେଇ ତାଙ୍କର ଅଭିଯୋଗ ଉପସ୍ଥାପନ କରିଥିଲେ। ସେଠାରେ ଯେଉଁ ମାନଙ୍କର ରହିବା ପାଇଁ ଗୃହର ଅଭାବ ରହିଛି ସେମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ରେ ଅନ୍ତର୍ଭୁକ୍ତ ପାଇଁ, ରୋଗୀ ମାନଙ୍କୁ ଔଷଧ ଯୋଗାଇ ଦେବାକୁ,ଶିକ୍ଷା ର ବିକାଶ, ପାନୀୟ ଜଳର ବ୍ୟବସ୍ଥା, ପରିବେଶ ସୁରକ୍ଷା, ଗ୍ରାମ ସମ୍ମୁଖରେ ଥିବା ଗଡିଆ କୁ ପୁନରୁଦ୍ଧାର, ଦଳ ସଫା ହେବା ପାଇଁ ଗ୍ରାମର ଅଧିବାସୀ ମାନେ ଦାବୀ ଉପସ୍ଥାପନ କରିଥିଲେ। ଏ ଦାବୀ ସମ୍ପର୍କରେ ଦାବୀ ଗୁଡିକୁ ମାନ୍ୟବର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବୁ, ବିଧାୟକ ଙ୍କ ସହାୟତା ରେ ହେବ ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ସରପଞ୍ଚ ଶ୍ରୀ ମିଶ୍ର ମତ ପ୍ରକାଶ କରିଥିଲେ

Related Posts

About The Author

Add Comment