ଝାରସୁଗୁଡ଼ା ତା:୨୭/୭/୨୦୨୫( ସନ୍ଧାନ ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କୁଲାବିରା ବ୍ଲକ କୁଲାବୀରା ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଥିବା ଶୌଚାଳୟ ର ଅବସ୍ଥା ଦୟନୀୟ ଅବସ୍ଥାରେ ପଡ଼ିରହିଛି ।ସରକାରଙ୍କ ଅନୁଦାନ ଟଙ୍କାର ଅନେକାଂଶରେ ଅପବ୍ୟବହାର ହେବା ସହିତ ବର୍ଷ ବର୍ଷ ଧରି ତାର ରକ୍ଷଣାବେକ୍ଷଣ ନ ହେବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଶୌଚାଳୟ ର ରକ୍ଷଣା ବେକ୍ଷଣ ନ ହେବା ସ୍ଥାନୀୟ ପ୍ରଶାସନର ଅପାରଗତାକୁ ଦର୍ଶାଉଥିବା ସୂଚନା ରହିଛି । କୋଲାବିରା ମୁଖ୍ୟ ବ୍ଲକ ହୋଇଥିବା ବେଳେ ଏହି ଅଞ୍ଚଳ ରେ ଅନେକ ଲୋକଙ୍କ ନିୟମିତ କାର୍ଯ୍ୟରେ ଗତାଗତ ସହିତ ନିକଟରେ ବ୍ୟାଙ୍କ,ମନ୍ଦିର,ରେଷ୍ଟୁରାଣ୍ଟ ସହିତ ଅନେକ ଦୋକାନ ବଜାର ଲାଗିରହିଛି । ଯାହା ଦ୍ୱାରା ସାଧାରଣ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ରହୁଥିବା ସାଧାରଣରେ ଦାବି ହେଉଛି ।ବିଶେଷ କରି ମହିଳା ମାନେ ଏଥିରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଥିବା ସୂଚନା ରହିଛି ।ଏଥିପ୍ରତି ଅତି ଶୀଘ୍ର ଜିଲ୍ଲା ପ୍ରଶାସନ ସହିତ ସ୍ଥାନୀୟ ପ୍ରଶାସନ କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଗୋଷ୍ଠୀ ଶୌଚାଳୟର ଅଚଳାବସ୍ଥା, ଅଞ୍ଚଳରେ ଜନ ଅସନ୍ତୋଷ
|
July 27, 2025 |



