Homeଜିଲ୍ଲା ପରିକ୍ରମାରାୟଗଡ଼ାଗୁଳି ବିନିମୟ ନାମରେ ନିରୀହ ଜନତାଙ୍କୁ ହତ୍ୟା: ଜୁନ ୪ରେ ମାଓବାଦୀଙ୍କ ଓଡିଶା ବନ୍ଦ ଡାକରା ଗୁଳି ବିନିମୟ ନାମରେ ନିରୀହ ଜନତାଙ୍କୁ ହତ୍ୟା: ଜୁନ ୪ରେ ମାଓବାଦୀଙ୍କ ଓଡିଶା ବନ୍ଦ ଡାକରା Manas Kumar Rout | June 3, 2018 | Spread the love ରାୟଗଡା, ୩/୫ ((ସନ୍ଧାନ ନିୟୁଜ୍) – ଗତ ୧୨ ତାରିଖରେ ମିଛ ଗୁଳି ବିନିମୟ ନାମରେ ବିପ୍ଳବୀଙ୍କୁ ହତ୍ୟା କରାଯାଇଛି। ସିଆରପିଏଫ ଓ ଏସଓଜି ଜବାନଙ୍କ ଦ୍ୱାରା ଓଡିଶା ରାଜ୍ୟ କମିଟିର ସଦସ୍ୟଙ୍କୁ ଧରି ଜଙ୍ଗଲ ଭିତରେ ହତ୍ୟା କରାଯାଇଛି। ଏହାକୁ ପ୍ରତିବାଦ କରି ଜୁନ ୪ତରିଖରେ ସାରା ଓଡିଶାକୁ ବନ୍ଦ ରଖିବାକୁ ଭାରତ କମ୍ୟୁନିଷ୍ଟ ପାର୍ଟୀ ମାଓବାଦୀ ସଙ୍ଗଠନର ଓଡିଶା ରାଜ୍ୟ କମିଟିର ପ୍ରବକ୍ତା ଚକ୍ର ବିଶୋଇ ଆହ୍ୱାନ ଦେଇଛନ୍ତି। ପ୍ରବକ୍ତା ବିଶୋଇ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତିଯେ, ବଲାଙ୍ଗିର ଏବଂ କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ନାମରେ ବର୍ଷବର୍ଷ ଧରି ଜନଆନ୍ଦୋଳନ ଚଳାଇଥିବା କେତେକ କମ୍ରେଡ ଓ ସେବକଙ୍କୁ ଯବାନମାନେ ମେ ୧୨ ତାରିଖରେ ଧରିନେଇଥିଲେ। ପରେ ସେମାନଙ୍କୁ ହତ୍ୟା କରିଦେଇଥିଲେ। ସେହିପରି ୧୩ ତାରିଖରେ ତୁକକିମାଲ ଜଙ୍ଗଲ ଭିତରେ କମ୍ରେଡ ସଂଞ୍ଜିବ ଓ ରାକେଶଙ୍କୁ ଧରି ନିର୍ମମ ହତ୍ୟା କାରାଯାଇଥିଲା। ସଙ୍ଘର୍ଷରତ୍ତ ଜନତା ଓ ମାଓବାଦୀ ପାର୍ଟୀର ନେତୃତ୍ୱ ଉପରେ ବର୍ଷବର୍ଷ ଧରି ଅତ୍ୟାଚାର କରାଯାଉଛି। ଜନ ଆନ୍ଦୋଳନକୁ ଭଣ୍ଡୁର କରିବାକୁ କେନ୍ଦ୍ର ସରାକର ସିଆରପିଏଫ ଓ ରାଜ୍ୟ ସରକାର ଏସଓଜି ଜବାନଙ୍କୁ ନିୟୋଜିତ କରିଛନ୍ତି। ତେବେ ଏହି ନିର୍ମମ ହତ୍ୟାକୁ ବିରୋଧ କରିବାସହ ସର୍ବଦା ଜନତାଙ୍କ ପାଇଁ ଲଢ଼େଇ ଜାରି ରଖିଥିବା ସହିଦ କମ୍ରେଡ ଓ ସେବକଙ୍କୁ ସମ୍ମାନ ଦେବାପାଇଁ ଏହି ବନ୍ଦକୁ ସଫଳ କରିବାକୁ ପ୍ରବକ୍ତା ଚକ୍ର ବିଶୋଇ ଚିଠି ଜରିଆରେ ଜନସାଧାରଣକୁ ଆହ୍ୱାନ ଦେଇଛନ୍ତି। Related Posts ସମ୍ବଲପୁର: ଘରଭାଙ୍ଗି ପଡ଼ିବାରୁ ୨ ମୃତ; ୨ ଆହତ July 8, 2018 | Santosh Rout | ଅଧିକ ପଢନ୍ତୁ ଛିଲିଆ ନଦୀରୁ ୧୦ ଫୁଟର କୁମ୍ଭୀର ଉଦ୍ଧାର March 25, 2022 | Sandhan News | ଅଧିକ ପଢନ୍ତୁ ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା May 21, 2023 | Hemanta Bhainsa | ଅଧିକ ପଢନ୍ତୁ ୯ ମାସ ପରେ ଲାଗିଲା ଭକ୍ତଙ୍କ ଗହଳି: ଦର୍ଶନ ପାଇଁ ଦରକାର ନାହିଁ କୋଭିଡ୍ ରିପୋର୍ଟ January 22, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା May 21, 2023 | Hemanta Bhainsa | ଅଧିକ ପଢନ୍ତୁ
୯ ମାସ ପରେ ଲାଗିଲା ଭକ୍ତଙ୍କ ଗହଳି: ଦର୍ଶନ ପାଇଁ ଦରକାର ନାହିଁ କୋଭିଡ୍ ରିପୋର୍ଟ January 22, 2021 | 2005lindadavis1989 | ଅଧିକ ପଢନ୍ତୁ