Homeଜିଲ୍ଲା ପରିକ୍ରମାରାୟଗଡ଼ାଗୁଳି ବିନିମୟ ନାମରେ ନିରୀହ ଜନତାଙ୍କୁ ହତ୍ୟା: ଜୁନ ୪ରେ ମାଓବାଦୀଙ୍କ ଓଡିଶା ବନ୍ଦ ଡାକରା ଗୁଳି ବିନିମୟ ନାମରେ ନିରୀହ ଜନତାଙ୍କୁ ହତ୍ୟା: ଜୁନ ୪ରେ ମାଓବାଦୀଙ୍କ ଓଡିଶା ବନ୍ଦ ଡାକରା Manas Kumar Rout | June 3, 2018 | Spread the love ରାୟଗଡା, ୩/୫ ((ସନ୍ଧାନ ନିୟୁଜ୍) – ଗତ ୧୨ ତାରିଖରେ ମିଛ ଗୁଳି ବିନିମୟ ନାମରେ ବିପ୍ଳବୀଙ୍କୁ ହତ୍ୟା କରାଯାଇଛି। ସିଆରପିଏଫ ଓ ଏସଓଜି ଜବାନଙ୍କ ଦ୍ୱାରା ଓଡିଶା ରାଜ୍ୟ କମିଟିର ସଦସ୍ୟଙ୍କୁ ଧରି ଜଙ୍ଗଲ ଭିତରେ ହତ୍ୟା କରାଯାଇଛି। ଏହାକୁ ପ୍ରତିବାଦ କରି ଜୁନ ୪ତରିଖରେ ସାରା ଓଡିଶାକୁ ବନ୍ଦ ରଖିବାକୁ ଭାରତ କମ୍ୟୁନିଷ୍ଟ ପାର୍ଟୀ ମାଓବାଦୀ ସଙ୍ଗଠନର ଓଡିଶା ରାଜ୍ୟ କମିଟିର ପ୍ରବକ୍ତା ଚକ୍ର ବିଶୋଇ ଆହ୍ୱାନ ଦେଇଛନ୍ତି। ପ୍ରବକ୍ତା ବିଶୋଇ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତିଯେ, ବଲାଙ୍ଗିର ଏବଂ କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ନାମରେ ବର୍ଷବର୍ଷ ଧରି ଜନଆନ୍ଦୋଳନ ଚଳାଇଥିବା କେତେକ କମ୍ରେଡ ଓ ସେବକଙ୍କୁ ଯବାନମାନେ ମେ ୧୨ ତାରିଖରେ ଧରିନେଇଥିଲେ। ପରେ ସେମାନଙ୍କୁ ହତ୍ୟା କରିଦେଇଥିଲେ। ସେହିପରି ୧୩ ତାରିଖରେ ତୁକକିମାଲ ଜଙ୍ଗଲ ଭିତରେ କମ୍ରେଡ ସଂଞ୍ଜିବ ଓ ରାକେଶଙ୍କୁ ଧରି ନିର୍ମମ ହତ୍ୟା କାରାଯାଇଥିଲା। ସଙ୍ଘର୍ଷରତ୍ତ ଜନତା ଓ ମାଓବାଦୀ ପାର୍ଟୀର ନେତୃତ୍ୱ ଉପରେ ବର୍ଷବର୍ଷ ଧରି ଅତ୍ୟାଚାର କରାଯାଉଛି। ଜନ ଆନ୍ଦୋଳନକୁ ଭଣ୍ଡୁର କରିବାକୁ କେନ୍ଦ୍ର ସରାକର ସିଆରପିଏଫ ଓ ରାଜ୍ୟ ସରକାର ଏସଓଜି ଜବାନଙ୍କୁ ନିୟୋଜିତ କରିଛନ୍ତି। ତେବେ ଏହି ନିର୍ମମ ହତ୍ୟାକୁ ବିରୋଧ କରିବାସହ ସର୍ବଦା ଜନତାଙ୍କ ପାଇଁ ଲଢ଼େଇ ଜାରି ରଖିଥିବା ସହିଦ କମ୍ରେଡ ଓ ସେବକଙ୍କୁ ସମ୍ମାନ ଦେବାପାଇଁ ଏହି ବନ୍ଦକୁ ସଫଳ କରିବାକୁ ପ୍ରବକ୍ତା ଚକ୍ର ବିଶୋଇ ଚିଠି ଜରିଆରେ ଜନସାଧାରଣକୁ ଆହ୍ୱାନ ଦେଇଛନ୍ତି। Related Posts ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ November 24, 2019 | Sandhan News | ଅଧିକ ପଢନ୍ତୁ ବିଛାଖଣ୍ଡି ମୌଜାର କ୍ରସର ଓ ଖାଦାନ ଉପରେ ଜିଲ୍ଲା ଖଣି ଉପନିର୍ଦେଶ ଅଚାନକ ପରିଦର୍ଶନ କରି ଫେରିଛନ୍ତି।ଆଗକୁ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବ। June 15, 2024 | Santosh Rout | ଅଧିକ ପଢନ୍ତୁ ଶିଶୁ ସୁରକ୍ଷା ବାଲ୍ୟବିବାହ ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ March 16, 2021 | Sandhan News | ଅଧିକ ପଢନ୍ତୁ ପୁଣି ମାତିଲେ ମାଓବାଦୀ; ଠିକାଦାରଙ୍କ କ୍ୟାମ୍ପରେ ଥିବା ବିଭିନ୍ନ ଗାଡି ପୋଡ଼ିଲେ October 25, 2022 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବିଛାଖଣ୍ଡି ମୌଜାର କ୍ରସର ଓ ଖାଦାନ ଉପରେ ଜିଲ୍ଲା ଖଣି ଉପନିର୍ଦେଶ ଅଚାନକ ପରିଦର୍ଶନ କରି ଫେରିଛନ୍ତି।ଆଗକୁ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବ। June 15, 2024 | Santosh Rout | ଅଧିକ ପଢନ୍ତୁ
ପୁଣି ମାତିଲେ ମାଓବାଦୀ; ଠିକାଦାରଙ୍କ କ୍ୟାମ୍ପରେ ଥିବା ବିଭିନ୍ନ ଗାଡି ପୋଡ଼ିଲେ October 25, 2022 | Sandhan News | ଅଧିକ ପଢନ୍ତୁ