ରାଇରଙ୍ଗପୁର, (ସନ୍ଧାନ ନିଉଜ୍) ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିର ନିକଟ ଏକ ବସ୍ତିରେ ଗାଧୁଆ ଘରୁ ତାଇଖଣ୍ଡ ଖେଳ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।ମୃତକ ଯୁବତୀ ଜଣକ ମିହିର ଜୈସୁଆଲ ଙ୍କ ଏକମାତ୍ର କନ୍ୟା ପ୍ରିୟଙ୍କା ଜୈସୁଆଲ ବୋଲି ଜଣାଯାଇଛି।ସେ ତାଇଖଣ୍ଡ ବ୍ଲାକବେଲ୍ଟ ହାସଲ କରି ରାଇରଙ୍ଗପୁର ରେ କୋଚିଙ୍ଗ ଦେଉଥିଲେ।ତାସହିତ ଏଅଞ୍ଚଳର ଏକ ବିଦ୍ୟାଳୟରେ ସେ ଖେଳ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ।ତବେ ପରିବାର ଲୋକେ ଏଇ ଘଟଣାକୁ ଆତ୍ମହତ୍ୟା ସ°ନ୍ଦେହ କରୁଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେପଟେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଲୋକଙ୍କ ମଧ୍ୟରେ ଏହା ଆତ୍ମହତ୍ୟାନୁହେ ହତ୍ୟାବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।ଏଣୁ ପୋଲିସ ପ୍ରଶାସନ ସଠିକ ତଦନ୍ତ କଲେ ଦୋଷୀ ଧରା ପଡିବ ବୋଲି ଜନସାଧାରଣରେ ଚର୍ଚ୍ଚା ଚାଲିଛି।
ରିପୋର୍ଟ-ରାଇରଙ୍ଗପୁରରୁ ପରେଶ୍ଚନ୍ଦ୍ର ଷଡ଼ଙ୍ଗୀ, ସନ୍ଧାନ ନ୍ୟୁଜ୍
ଗାଧୁଆଘରୁ ତାଏକୋଣ୍ଡ ପ୍ରଶିକ୍ଷିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ
|
March 20, 2022 |
