ଗାଈବନ୍ଧାକୁ କେନ୍ଦ୍ରକରି ଥାନାରେ ଏତଲା

Spread the love

ଯାଜପୁର ସଦର, ୦୯/୦୯ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗୁପାଳ ଗ୍ରାମରେ ଗାଈ ବନ୍ଧାକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାରୁ ଏହା ଉଗ୍ରରୁପ ଧାରଣ କରିଥିଲା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିବାରୁ କୁଆଖିଆ ଥାନାରେ ଦୁଇ ପରିବାରଙ୍କ ପକ୍ଷରୁ କୁଆଖିଆ ଥାନାରେ ଏତଲା କରାଯାଇଚି । ଏତଲାକୁ ଭିତ୍ତିକରି କୁଆଖିଆ ଥାନା ଆଇଆଇସି ଶିବ ଚରଣ ବେହେରା ତଦନ୍ତ କରୁଥିବା ବେଳେ, ଏହି ଘଟଣାକୁ ନେଇ ସେହି ଗ୍ରାମର ବିଶ୍ୱଜିତ ସ୍ୱାଇଁ ଏବଂ ପ୍ରମୋଦ ସାମଲଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିବାରୁ ଗାଈ ବନ୍ଧାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାକୁ ନେଇ ବିଶ୍ୱଜିତ କୁଆଖିଆ ଥାନାରେ ଅଭିଯୋଗ କରିଥିବା ବେଳେ, ଅନ୍ୟ ପକ୍ଷରୁ ପ୍ରମୋଦଙ୍କ ପତ୍ନୀ ହରପ୍ରିୟା ଥାନାରେ ଅଭିଯୋଗ କରିଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ଥାନା ପକ୍ଷରୁ ତଦନ୍ତ ଜାରି ରହିଚି ।

Related Posts

About The Author

Add Comment