ଖରାଦିନେ ପିଇବା ପାଣିର ଅସୁବିଧା

Spread the love

ସୁନ୍ଦରଗଡ ତା:୨୩/୫/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ଖରାଦିନେ ପିଇବା ପାଣିର ଅସୁବିଧା ସବୁ ସମୟରେ ହୋଇଥାଏ । ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ପଞ୍ଚାୟତର କୁଂଢ଼ାଫାଲ ଗ୍ରାମରେ ଦେଖାଦେଉଛି ପାନୀୟ ଜଳ ସଙ୍କଟ ।ସୂଚନା ଅନୁସାରେ ଏହି ଗ୍ରାମରେ ୬୬ପରିବାର ବାସ କରୁଥିବା ବେଳେ ଜନସଂଖ୍ୟା ୨୦୦ରୁ ଉର୍ଦ୍ଧ ରହିଛି । ପଞ୍ଚାୟତ ପ୍ରଶାସନ ତଥା ବ୍ଲକ ପ୍ରଶାସନ କୁ ବାରମ୍ବାର ଅଭିଯୋଗ ସତ୍ବେ କିଛି ସୁଫଲ ନ ମିଳିବାରୁ ତାଙ୍କ ଦେହସୁହା ହେଉଥିବା କଥା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ସରକାର ଲୋକଙ୍କ ବିକାଶ କଥା କହୁଥିବା ବେଳେ ପଞ୍ଚାୟତ ଅଧିକାରୀ ଲୋକଙ୍କ ସୁବିଧାକୁ ଉପର ପଦାଧିକାରୀ ଉପରେ ଛାଡ଼ିଦେବା ପ୍ରଶ୍ନ ଘେରରେ ରହିଛି । ତା ସହିତ ବର୍ଷ ବର୍ଷ ଧରି ବ୍ଲକ ପ୍ରଶାସନ ଏହାର ଉପଚାର ନ କରିବା ସରକାରଙ୍କ ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି । ସରକାରୀ ଅଧିକାରୀ ସହିତ ଜନପ୍ରତିନିଧିଙ୍କ ଉଦାସୀନତା ଅଞ୍ଚଳବାସୀଙ୍କ ଶୋଷ କେବେ ମେଣ୍ଟାଇବ ତାହା ଦେଖିବାକୁ ବାକି ରହିଛି ।

Related Posts

About The Author

Add Comment