କୋରାପୁଟ: ଜିଲ୍ଲାପାଳଙ୍କୁ ଅଭିଯୋଗର ୯ମାସ ବିତିଗଲାଣି, ଦଶମନ୍ତପୁରର ପଦ୍ମା ଘରଟିଏ ପାଇ ନାହାନ୍ତି

Spread the love

କୋରାପୁଟ, ୧୬/୬, (ସନ୍ଧାନ ନିଉଜ) କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଡା ପଂଚାୟତର ଓଡପୁର ଗ୍ରାମର ପଦ୍ମା କନ୍ଦପାଣ ଗତବର୍ଷ ତା୩୧-୦୭-୧୭ରିଖରେ ବାର୍ଦ୍ଧିକଭତା ଓ ଘର ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ। ଦଶମନ୍ତପୁର ବିଡିଓ ଓ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ପଦ୍ମାର ମଧୁବାବୁ ପେନସନ ଯୋଜନାରେ ଭତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ୯ ମାସ ବିତିଗଲାଣି ପଦ୍ମା ଭତା ଓ ଘର ନ ପାଇ ନିରାଶରେ ଦିନ କାଟୁଥିବା ଜଣାପଡିଛି। ୧୦ ବର୍ଷ ତଳେ ସ୍ୱାମୀ ଧନପତି ମୃତ୍ୟୁବରଣ କରିଥିବା ବେଳେ ସେ ଏବେ ଏକ ମାଟି ଘରେ ଜିବନ ବିତାଉଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ କାହିଁକି ପଦ୍ମା ଭତା ଓ ପକ୍କା ଘରଟିଏ ପାଇବାରୁ ବଂଚିତ ହୋଇଛନ୍ତି ତାହା ସନ୍ଦେହ ଘେରରେ ରହିଯାଇଛି। ଏ ସଂପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର୍ରୁ ପଚାରିବାରେ ପଦ୍ମାଙ୍କୁ ଭତା ମିଳିଯିବା କଥା କାହିଁକି ମିଳିନାହିଁ ତାହା ସେ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ।

Report by ରଂଜନ କୁମାର ଦାସ

Related Posts

About The Author

Add Comment