ସୁନ୍ଦରଗଡ଼ ତା:୨୦-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଘରକୁ ଘର ପଞ୍ଚାୟତ ଅଫିସର ମାନେ ବୁଲି ବୁଲି ସର୍ଭେ ଅନଲାଇନ କରିଥିବା ବେଳେ କେତେକ ଗରିବ ଶ୍ରେଣୀ ଲୋକଙ୍କ ଘର ଅନଲାଇନ ହୋଇ ପାରି ନାହିଁ l ଏନେଇ ଅନେକ ହିତାଧିକାରୀ ବାଲିଶଙ୍କରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ତଲସରା ଗ୍ରାମର ଡିଳେଶ୍ଵରୀ ଖମଣିଆଁ ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସର୍ଭେ ଅନଲାଇନ ହୋଇଥିଲା କିନ୍ତୁ ଅନଲାଇନ ନାମ ତାଲିକା ଲିଷ୍ଟରେ ନାମ ନାହିଁ l କିଛି ଦିନ ତଳେ ଲଘୁଚାପ ଲଗାଣ ବର୍ଷା ରେ ତାଙ୍କ ଘର ଧସିବା କାରଣରୁ ସେ ସ୍ଥାନୀୟ ଆର.ଆଇ ଙ୍କ ଠାରୁ ପଲିଥିନ୍ ନେଇ ନିଜ ଆଶ୍ରୟ ପାଇଁ ବ୍ୟବସ୍ଥା କରିଥିଲେ ।ଏନେଇ ସେ ବାଲିଶଙ୍କରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ପ୍ରଧାନ ଙ୍କ ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି l ଅଭିଯୋଗ ପାଇ ଲୋକ ଅଧିକାରୀ ଆଗାମୀ ଦିନରେ ନିଚିଟ ଭାବେ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ଅନଲାଇନ ରେ ଅବହେଳା,ଅନେକ ହିତାଧିକାରୀ ସୁବିଧାରୁ ବଞ୍ଚିତ
|
July 20, 2026 |



