କୋରାପୁଟର  ବାଲ୍ମିକି ଆଶ୍ରମ,ବଲ୍ମିକ ଭାଷା ଓ ରାଜା ଗୁମ୍ପା ଶୀର୍ଷକ ୱେବିନାର୍ ଆୟୋଜିତ

Spread the love
କୋରାପୁଟ, ୨୦/୦୪/୨୦୨୨ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର‍ ଶାଖା ଦ୍ୱାରା ଷୋଡଶ ଇ-ପାଠଚକ୍ର ଅନୁଷ୍ଠିତ ହେଇଯାଇଅଛି। ବୁଧବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ବିଶିଷ୍ଟ ଆଦିବାସୀ ଗବେଷକ ତଥା କବି ନିଳକଣ୍ଠ ଡଲିଆ। ସେ ନିଜ ଅଭିଭାଷଣ ରେ କୋରାପୁଟର ବାଲ୍ମିକି ଆଶ୍ରମ,ବଲ୍ମିକ ଭାଷା,ରାଜା ଗୁମ୍ଫା ତଥା ଏଥି ସହିତ ଜଡିତ କିମ୍ବଦନ୍ତି ତଥା ସମ୍ଭାବନା ମାନ ଲୋକ ଗୀତ ତଥା ଲୋକକଥା ମାଧ୍ୟମରେ ଆଲୋଚନା କରିଥିଲେ  ।ସଭାଧ୍ୟକ୍ଷା ଋପେ ଯୋଗଦେଇଥିଲେ ସେମିଳିଗୁଡା ମହାବିଦ୍ୟାଳର ରାଜନୀତି ବିଭାଗର ମୁଖ୍ୟା ତଥ‍ା ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର ସମ୍ପାଦିକା ଡ. ଝାନସୀ ସିଂହ  ।ଓଡିଶା ତଥା ରାଜ୍ୟବାହାରୁ  ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ଶ୍ରିମତୀ ଆର୍ଚ୍ଚନା ପଟ୍ଟନାୟକ ଏବଂ ବିବେକବାଣୀ ପାଠ କରିଥିଲେ ସୁଶ୍ରୀ ରୋଜାଲିନ୍ ମହାପାତ୍ର ।
ସଭାକୁ ଯୁବ ସଂସଦ ସଦସ୍ୟ ତଥା ଅଧ୍ୟାପକ ସୌମେନ୍ଦ୍ର ସ୍ୱାଇଁ ସଂଯୋଜନା କରିଥିବା ସ୍ଥଳେ ଧନ୍ୟବାଦ ଅର୍ପଣ କରିଥିଲେ ସଦସ୍ୟ ସୁଶ୍ରୀ ସୁନିତା ବେହେରା । କାର୍ଯ୍ୟକ୍ରମର ଆଲୋଚନାକୁ ଦୃଶ୍ୟଚିତ୍ର ମାଧ୍ୟମରେ ପରିବେଷଣ କରିଥିଲେ ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ଅରୁଣ କୁମାର ତ୍ରିପାଠୀ  ।
ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment