କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାରେ ସମ୍ବର୍ଧନା ସଭା ପାଇଁ ପ୍ରସ୍ତୁତି ବୈଠକ

Spread the love

ସୁନ୍ଦରଗଡ ତା:୨୮/୫/୨୦୨୫(ସନ୍ଧାନ ନ୍ୟୁଜ) କ୍ୱିଣ୍ଟାଲ ପିଛା-୩୧୦୦ ଟଙ୍କା ଏବଂ ୪୮ଘଣ୍ଟା ମଧ୍ୟରେ ପଞ୍ଜିକୃତ ଚାଷୀ ମାନଙ୍କ ଟଙ୍କା ପ୍ରଦାନ କରିଥିବାରୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କୃଷକ ମୋର୍ଚ୍ଚା ପକ୍ଷରୁ ଧନ୍ୟବାଦ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ବିଜେପି ସୁନ୍ଦରଗଡ଼ (ସାଙ୍ଗଠନିକ )ଜ଼ିଲ୍ଲା ପକ୍ଷରୁ ଆସନ୍ତା ତା:୩୦/୦୫/୨୦୨୫ ରିଖ ଶୁକ୍ରବାର ଦିନ ସମୟ ଦିବା ୧୦ ଘଟିକାରେ ସୁନ୍ଦରଗଡ଼ ସ୍ଥିତ ସଂସ୍କୃତି ଭବନ ଠାରେ ଏକ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ଓଡିଶା ପ୍ରଦେଶର କୃଷକ ମୋର୍ଚ୍ଚା ସଭାପତି ଶ୍ରୀମାନ ମହେଶ୍ୱର ସାହୁ ମହୋଦୟ ଯୋଗ ଦେବେ। ଏଣୁ ଏହି ଧନ୍ୟବାଦ କାର୍ଯ୍ୟକ୍ରମରେ ଜ଼ିଲ୍ଲା କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତା ଓ ଦଳର ସମସ୍ତ ନେତୃମଣ୍ଡଳୀ ଯୋଗ ଦେବା ସହିତ ସମସ୍ତ ଜିଲ୍ଲା ବାସୀଙ୍କୁ ବିନମ୍ର ଅନୁରୋଧ କରିଥିବା ଜଣାପଡିଛି ।

Related Posts

About The Author

Add Comment