ମେମୋରିୟାଲ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଉଦଘାଟିତ

Spread the love
  •  
  •  
  •  
  •  
  •  
ରାଉରକେଲ, ୨୩/୦୧/୨୦ (ସନ୍ଧାନ ନିଉଜ) : ସାରନଗରୀ ଚିପଟାଇପ ମାର୍କେଟ ଠାରେ  ଦୀପକ, ଦୀପୁ, ବିଶୁ ମେମୋରିୟାଲ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଂଟକୁ ମୁଖ୍ୟ ଅତିଥି ଭାବେ ସେକ୍ଟର-୨୨ ସେଲ ହସ୍ପିଟାଲ ଡାକ୍ତର ଏସ. କୁମାର, ସରକାରୀ ଡାକ୍ତର ମନୋଜ ପତି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରି ଖେଳାଳୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କଳିଙ୍ଗ ଯୁବ ସଙ୍ଗଠନର ଅନୀଲ ମଲ୍ଲିକ, ଅଜୟ ମହାନ୍ତି, ଆଭାସ ରମଣ ଦାସ, ଅଜିତ ନାୟକ, ମିଲୁ ମାନସିଂହ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚ ଫର୍ଟିଲାଇଜର ଟିମ ଓ ପାନପୋଷ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଫର୍ଟିଲାଇଜର ଟିମ ବିଜୟୀ ଘୋଷିତ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ରାଉରକେଲାର ଆଖପାଖ ଅଂଚଳରୁ  ମୋଟ ୩୨ ଟିମ ଅଂଶ ଗ୍ରହଣ କରିଛନ୍ତି । ଫାଇନାଲ ମ୍ୟାଚ ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି ।  ମ୍ୟାଚ ରେଫରୀ ଭାବେ ଅକ୍ଷୟ କୁମାର ମଲ୍ଲିକ ଦାୟିତ୍ୱ ତୁଲାଇଥିଲେ । ଏହି ଟୁର୍ଣ୍ଣାମେଂଟକୁ ଚୈତନ ରାଓ,ଟିକି ବିଶ୍ୱାଳ,  ପ୍ରୀୟବ୍ରତ ଜେନା,ଗୌତମ ମହାନ୍ତି, ପ୍ରକାଶ ସାହୁ, ନୀଳାଚଳ ସାହୁ,ସୁରଜ ପାଣିଗ୍ରାହୀ, ରାକେଶ ସାବତ, ହରଦୀପ ସିଂ, ଗୁରୁଜିତସିଂ, ଗୁରୁପିତ ସିଂ, ହରଦୀପ ସିଂ ପ୍ରମୁଖ ପରିଚାଳନା କରିଥିଲେ ।

Related Posts

About The Author

Add Comment