କୁଶନପୁରୀ ଗାଁ ପାଳିଲା ନିଆରା ନବବର୍ଷ:ଗୀତା ପାଠ କରି ଏକାଠି ଗ୍ରାମବାସୀ କଲେ ପ୍ରସାଦ ସେବନ

Spread the love

ସମ୍ବଲପୁର/ସନ୍ଧାନ ନ୍ୟୁଜ:ସମଗ୍ର ଜିଲ୍ଲାର ପୁର ପଲ୍ଲୀଠୁ ଆରମ୍ଭ କରି ସହର ସାରା ଭୋଜି ଭାତ, ଗୀତ ନୃତ୍ୟର ଆସର ଜମାଇ ଇଂରାଜୀ ନବବର୍ଷ କୁ ପାଳନ କରିଥିବା ବେଳେ କୁସନପୁରୀ ଗ୍ରାମ ପାଳନ କରିଛି ନିଆରା ପରମ୍ପରା। ଜାନୁୟାରୀ ୧ ତାରିଖକୁ ପଶ୍ଚାତ୍ୟ ସଭ୍ୟତା ସହିତ ଯୋଡି ଦିନକୁ ଦିନ ଯେଭଳି ଭୋଜି ଭାତର ଆସର ସହିତ ଘଟଣା ଦୁର୍ଘଟଣାକୁ ନିମନ୍ତ୍ରଣ କରାଯାଉଛି ସେଥିରୁ ମୁକ୍ତ ରହିବାକୁ ଯୁଯୋମୁରା କୁକୁଡ଼ାପାଳି ଗ୍ରାମ ପଞ୍ଚାୟତର କୁସନପୁରୀ ଗ୍ରାମବାସୀ ଆପଣେଇଛନ୍ତି ନିଆରା ପରମ୍ପରା। ଏଭଳି ନିଆରା ଚିତ୍ର ଆଜି ଦେଖିବାକୁ ମିଳିଛି ଗାଁ ଜଗନ୍ନାଥ ମନ୍ଦିର ବେଢାରେ। ଗାଁ ଲୋକ ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଗୀତା ପାଠରେ ସାମିଲ ହୋଇଛନ୍ତି।ଦିନ ସାରା ନବାକ୍ଷରୀ ଗୀତା ପାଠ କରି ଅପରାହ୍ନରେ ପୂର୍ଣ୍ଣାହୂତି ପଡି ଗ୍ରାମବାସୀ ଏକାଠି ବସି ଅନ୍ନ ପ୍ରସାଦ ସେବନ କରିବା ଭଳି ଏଭଳି ଦୃଷ୍ଟାନ୍ତ ବିରଳ ଦେଖିବାକୁ ମିଳୁଥିବା ବେଳେ ଏହାକୁ ଗ୍ରାମବାସୀ ଗତ ୨୦୧୨ ମସିହାରୁ ବଜାୟ ରଖି ପାଳନ କରି ଆସୁଥିବା ମୁଖ୍ୟ ଉଦ୍ୟୋକ୍ତା ରାମଚନ୍ଦ୍ର ନାଏକ କହିଛନ୍ତି। ସବୁଠୁ ବଡ଼ ବିଶେଷତ୍ୱ ହେଲା ଜାନୁୟାରୀ ୧ ତାରିଖରେ ଗ୍ରାମର କୌଣସି ପରିବାରରେ ତାମସିକ ଖାଦ୍ୟ ପାନୀୟ ହୋଇନଥାଏ।ଏହାହିଁ ଗାଁର ଏକତା ଓ ସଂହତି ପାଇଁ ବିଚାରଧାରାର ବଡ଼ ନିଦର୍ଶନ। କୁସନପୁରୀ ଗ୍ରାମର ଏଭଳି ପରମ୍ପରାକୁ ସମ୍ମାନ ଜଣାଇ ଚଳିତ ବର୍ଷ ଗମ୍ଭାରକଣ୍ଟାର ଶଶୀଭୂଷଣ ପଣ୍ଡା, ତବଲା ଓ ଶଢାସିଙ୍ଗା ଗ୍ରାମର ସଂକୀର୍ତନ ମଣ୍ଡଳୀ ନୂତନ ବର୍ଷକୁ ସ୍ୱାଗତ କରିବାକୁ ନିଜ ପକ୍ଷରୁ ଏଥିରେ ସାମିଲ ହୋଇ ସାମାଜିକ ଓ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରିବା ଦିଗରେ ନିଜର ମହାନତା ପ୍ରଦର୍ଶନ କରିଛନ୍ତି।ଆଜି ଅନୁଷ୍ଠିତ ହୋଇଥିବା ଗୀତା ପାଠରେ ସପତ୍ନୀକ କ୍ଷୀରୋଦ ନାଏକ କର୍ତ୍ତା ଦାୟତ୍ୱ ନିର୍ବାହ କରିଥିବା ବେଳେ ପରିଚଳନା କମିଟି ସଭାପତି ସନତ ବିଶ୍ୱାଳ, ସମ୍ପାଦକ ରାମଚନ୍ଦ୍ର ନାଏକ, କୋଷାଧ୍ୟକ ଶିବଶଙ୍କର ମାହାଣା, ରେଣୁବାଳା ନାଏକ, ଯଶୋବନ୍ତି ସାହୁ, ସୁନତି କର,ମଧିର ଧର ଓ ବସୁଧା କର ପ୍ରମୁଖ ଏଥିରେ ସହଯୋଗ କରି ଏହାକୁ ଦୀର୍ଘ ୧୩ ବର୍ଷ ଧରି ପାଳନ କରି ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ କୁସନପୁରୀ ଗାଁକୁ ଏକ ବିରଳ ଦୃଷ୍ଟାନ୍ତରେ ଜାଗରଣ କରି ରଖିଛନ୍ତି।

Related Posts

About The Author

Add Comment