କୁମାର ଉସôବରେ ବରିଷ୍ଠଙ୍କୁ ସମ୍ବର୍ଦ୍ଧନା

Spread the love

ଧର୍ମଶାଳା, ୧୪/୧୦ (ସନ୍ଧାନ ନିଉଜ) :  ଧର୍ମଶାଳା ବ୍ଲକ୍ ଗଙ୍ଗାଧରପୁର ବଙ୍ଗାଳୀ ସାହିରେ କୁମାରସôବ ପର୍ବ ଅବସରରେ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମର ବଙ୍ଗୀୟ ବୁଣାକାର ସଂପ୍ରଦାୟ ପକ୍ଷରୁ ଆୟୋଜିତ ଏହି ଉସ!ବରେ ଗ୍ରାମର ବର୍ଷୀୟାନ ନାଗରିକ ମାଧବ ଚାନ୍ଦ, ନବକିଶୋର ଦାସ, ଧରଣୀଧର ଦାସ, ଲକ୍ଷ୍ମୀଧର ଦାସ, କୈଳାସ ଦାସ, ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅଲେଖଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଇଧର ଦାସ, ରାଜକିଶୋର ଦାସ, ବସନ୍ତ କୁମାର ଦାସ, ସହଦେବ ଚାନ୍ଦ, ମାନସ ଦାସ, ଦୁଃଶାସନ ଦାସ, ସ୍ୱପ୍ନେଶ୍ୱର ଗୁଇଁ, ଗୋପାଳ କୃଷ୍ଣ ଗୁଇଁ, ହେମନ୍ତ କୁମାର ଦାସ, ଲକ୍ଷ୍ମୀଧର ଦାସ, ପ୍ରମୁଖ ଯୋଗ ଦେଇ ଜୁହାର ପର୍ବ ଓ ପୂଜ୍ୟପୂଜା ପାରମ୍ପରା ସଂପର୍କରେ ଆଲୋଚନା କରିଥିଲେ । ପରେ ଗ୍ରାମର ଯୁବକ ଓ ମହିଳା ମାନେ ବୟୋଜ୍ୟେଷ୍ଠଙ୍କ ବନ୍ଦାପନା କରି ଆର୍ଶୀବାଦ ଭିକ୍ଷା କରିଥିଲେ । ଗ୍ରାମବାସୀ ଏହି ନିଆରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment