କରୋନାରେ ପୁରୁଷଙ୍କ ମୃତ୍ୟୁ ୭୦ ପ୍ରତିଶତ

Spread the love

ନ୍ନୂଆଦିଲ୍ଲୀ, ୨୯/୦୩ (ସନ୍ଧାନ ନିୟୁଜ) : ବିଶ୍ୱର ୧୯୯ଟି ଦେଶରେ କାୟା ବିସ୍ତାର କରିଛି କରୋନା ଭାଇରସ ବା କୋଭିଡ୍ -୧୯। ଚାରିଆଡେ ରଚିଛି ମୃତ୍ୟୁର ବିଭୀଷିକା। ପ୍ରତିଦିନ ମୁଣ୍ଡ ନେଉଛି। ୨୭ହଜାରରୁ ଅଧିକ ଲୋକଙ୍କର ଏହି ରୋଗରେ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ଲକ୍ଷକୁ ଟପିଯାଇଛି। ଆଉ ଦେଖିବାକୁ ମିଳିଛି କରୋନାରେ ମହିଳାଙ୍କ ଅପେକ୍ଷା ଅଧିକ ଶିକାର ହେଉଛନ୍ତି ପୁରୁଷ। ଏହା ହିଁ ସଂକେତ ଦେଇଛି ପୁରୁଷମାନେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ଏହାର ବୈଜ୍ଞାନିକ କାରଣ ଏ ପର୍ଯ୍ୟନ୍ତ ଜଣାପଡିନି। କିନ୍ତୁ ଇଟାଲୀରେ ମୋଟ କରୋନା ପଜିଟିଭଙ୍କ ମଧ୍ୟରେ ରହିଛନ୍ତି ୬୦ ପ୍ରତିଶତ ପୁରୁଷ। ସେହିପରି ୭୦ ପ୍ରତିଶତ ପୁରୁଷ ମୃତ୍ୟୁବରଣ କରିଛନ୍ତି। ଇଟାଲୀର ନ୍ୟାସନାଲ ହେଲଥ ଇନଷ୍ଟିଚ୍ୟୁଟ୍ ଏହି ସୂଚନା ଦେଇଛି।

କେବଳ ଇଟାଲୀ ନୁହେଁ ଚୀନ୍ ଓ ଦକ୍ଷିଣ କୋରିଆରେ ମଧ୍ୟ ସମାନ ଘଟଣା ଦେଖାଦେଇଛି। ଆମେରିକା ଏପର୍ଯ୍ୟନ୍ତ ଲିଙ୍ଗ ଭିତ୍ତିକ ମୃତ୍ୟୁ ସଂଖ୍ୟା ଉପସ୍ଥାପନ କରି ନାହିଁ। ତେବେ ଆକଳନ କରାଯାଉଛି ଅଧିକ ଧୂମପାନ କରୁଥିବା ପୁରୁଷମାନଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଷ୍ଟ କିମ୍ବା ଦୁର୍ବଳ ପାଇଁ ସେମାନେ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି। ସେହିପରି ଯେଉଁ ପୁରୁଷମାନଙ୍କର ରୋଗ ପ୍ରତିରୋଧକ କମ୍ ସେମାନେ ମଧ୍ୟ କରୋନାର ଶିକାର ହେଉଛନ୍ତି।

Related Posts

About The Author

Add Comment