ସମ୍ବଲପୁର ତା ୨୬/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ କବରାପାଲି ପଞ୍ଚାୟତରେ ସରକାରୀ କାର୍ଯ୍ୟରେ ମହାଦୁର୍ନିତି ଅଭିଯୋଗ ହୋଇଥିବା ବେଳେ ଏଥିରେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂପୃକ୍ତି ଥିବା କହି ତାର ତଦନ୍ତ ଦାବିରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶରତ ସାହୁ ଓ ଗ୍ରାମବାସୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ଧମକ ସହ ଧାରଣାରେ ବସିଥିଲେ। ଏହାର ତଦାରଖ ପାଇଁ ବିଡ଼ିଓ ସରୋଜ କୁମାର ବିଶ୍ଵାଳ ଅଚାନକ ଗସ୍ତ କରି ଅଭିଯୋଗକ୍ରମେ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ତଦାରଖ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଦୁର୍ନିତି ହଡପ ହେଇଥିବାର ଜାଣିବାକୁ ପାଇଲେ। ତଦନ୍ତ ଯାରି ରହିଥିବା ବେଳେ ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି।
କବରାପାଲି ପଞ୍ଚାୟତରେ ମହାଦୁର୍ନିତି ଅଭିଯୋଗକ୍ରମେ ବିଡ଼ିଓଙ୍କ ପରିଦର୍ଶନ ଓ ତଦାରଖ
|
November 26, 2021 |
