କନ୍ଧମାଳରେ ବୁଧବାର ପୁଣି ୪୩ କରୋନା ପଜିଟିଭ ଚିହ୍ନଟ

Spread the love

କନ୍ଧମାଳ,07/10. (ସନ୍ଧାନ ନ୍ୟୁଜ୍):- କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସଂକ୍ରମିତ ସଂଖ୍ୟା ୪୪ ଥିବା ବେଳେ ବୁଧବାର କନ୍ଧମାଳ ରେ ପୁଣି ୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୮୫୬ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୪୪୧୫ଜଣ ସୁସ୍ଥ ହୋଇ ସେମାନଙ୍କର ଘରକୁ ଫେରିଛନ୍ତି । ଜିଲ୍ଲାରେ ୨୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୪୧୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ମଧ୍ୟରୁ ବାଲିଗୁଡାର ୨ ଜଣ, ଚକାପାଦର ୪ ଜଣ, ଦାରିଙ୍ଗବାଡିର ୩ ଜଣ, ଜି ଉଦୟଗିରିର ୨ ଜଣ, କ ନୂଆଗାଁର ୪ ଜଣ, ଖଜୁରିପଡାର ୫ଜଣ, ଫିରିଙ୍ଗିଆର ୫ଜଣ, ଫୁଲବାଣୀର ୮ଜଣ, ରାଇକିଆର ୬ ଜଣ, ଟିକାବାଲିର ୩ ଜଣ ଓ ତୁମୁଡିବନ୍ଧର ଜଣେ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଭୟଭୀତ ହେବାର କୌଣସି କାରଣ ନାହିଁ, ଘରେ ରୁହନ୍ତୁ ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ, ବାହାରିଲା ବେଳେ ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts

About The Author

Add Comment