କଂଗ୍ରେସ ନେତା ବାପି ସର୍ଖେଲଙ୍କ ଅଭିଯୋଗ: ଟିଟୋର ସାର୍ପ ସୁଟର ବାପୁ ପରିଡ଼ା ସହ ଦାମଙ୍କର ରହିଛି ଭିତିରି ସଂପର୍କ

Spread the love

ଭୁବନେଶ୍ୱର1/8(ସନ୍ଧାନ ନିୟୁଜ) : ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାପୁ ପରିଡା ସହ ସମ୍ପର୍କକୁ ନେଇ ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ବାପି ସର୍ଖେଲ। ସେ କହିଛନ୍ତି, ପାରାଦ୍ୱୀପ ଅପରାଧ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ହେଉଛନ୍ତି ଦାମବାବୁ । ଏହି ସିଣ୍ଡିକେଟକୁ କାର୍ଯ୍ୟକାରୀ କରୁଥିଲେ ତାଙ୍କ ପୁଅ ସମ୍ବିତ ରାଉତ୍ । ଏକ ସାମ୍ବାଦିକ ସମ୍ମିଳନୀ କରି ବାପି ଅଭିଯୋଗ ଆଣିଛନ୍ତି ଦାମ ବାବୁ ଓ ବାପୁ ପରିଡ଼ା ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହୋଇଯିବ । ଅନ୍ୟ ପକ୍ଷରେ ବାପି ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ କହିଛନ୍ତି ଯଦି ପ୍ରମାଣ ମିଳିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଟିଟୋ ଲିଙ୍କ ମାମଲାରେ ଅପରାଧୀ ବାପୁ ପରିଡାକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଡ.ଦାମୋଦର ରାଉତ କହିଛନ୍ତି ଯେ ଯଦି ତାକତ ଅଛି ତେବେ ଆମ ବାପ ପୁଅଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ପୁଲିସ ବଡ଼ ମାଛକୁ ଛାଡ଼ି ଦଣ୍ଡିକିରି ଧରୁଛି। ବାପି ହେଉଛନ୍ତି କଳାକାରବାରର ମୁଖ୍ୟ କାର୍ପଟଦାର।

Related Posts

About The Author

Add Comment