ଓଡ଼ିଶାର ଆତଙ୍କବାଦୀ ଲିଙ୍କ୍ : ୪ ବର୍ଷରେ ୭ ଗିରଫ
କଟକ, ୭/୮ (ସନ୍ଧାନ ନିୟୁଜ): କଟକରୁ ଜଗତପୁର, ସାଲେପୁର, କିଶନନଗର ଦେଇ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଅଞ୍ଚଳ ପାଲଟିଛି ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ। ୨୦୧୫ରୁ ୨୦୧୮ ମଧ୍ୟରେ ତିନି ତିନି ଜଣ ଗିରଫ ଓ ଅଟକ ରହିବା ଘଟଣା ଏମିତି ଚର୍ଚ୍ଚାକୁ ଆଧାର ଯୋଗାଇଛି। ୨୦୧୫ରେ କଟକ ଜଗତପୁରରୁ ଅବଦୁର ରହେମାନ ଗିରଫ ହୋଇଥିଲା। ୨୦୧୭ରେ ଆତଙ୍କବାଦୀ ସଂଗଠନ ସହ ସଂପର୍କ ସନ୍ଦେହରେ କିଶନନଗର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରିଥିଲା ଏନ୍ଆଇଏ। ଆଜି କେନ୍ଦ୍ରାପଡାର ହବିବୁର ରହେମାନ୍ ଲସ୍କର ଏ ତୋଏବା ସଂଗଠନ ସହ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ରାଉରକେଲା ଅଞ୍ଚଳରୁ ସିମି ସଂଗଠନର ୫ ଜଣ ଗିରଫ ହୋଇଥିଲେ।
ଅନ୍ୟପକ୍ଷରେ ଆଜି ଘଟଣାର ଗମ୍ଭୀରତା ଉପଲବ୍ଧି କରି ହବିବୁରର ସହଯୋଗୀ ଏବଂ ତା’ର କାର୍ଯ୍ୟକଳାପ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ପୁଲିସର କ୍ରାଇମବ୍ରାଞ୍ଚ ଅଭିଯାନ ଆରମ୍ଭ କରିଛି। ହବିବୁର କେନ୍ଦ୍ରାପଡ଼ାର କେଉଁ ଅଞ୍ଚଳର ଏବଂ ତା’ର ପରିବାରର ଅନ୍ୟ କିଏ ଏଠି ରହୁଛନ୍ତି, ସେ ସଂପର୍କରେ ପୁଲିସ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ କରିଛି। ଓଡ଼ିଶାରେ ତାର ଏକାଧିକ ସହଯୋଗୀ ଲୁଚି ରହିଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ତାକୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରୁଛି।
Related Posts
About The Author