ସରକାରୀ ପଦାଧିକାରୀ ଉପରେ ଜିଲ୍ଲା ଭିଜିଲାନ୍ସ ବିଭାଗର ଦୁର୍ନୀତି ବିରୋଧୀ ଅଭିଯାନ

Spread the love

ସୁନ୍ଦରଗଡ ତା:୯/୧୦/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲାରେ ସରକାରୀ ପଦବୀରେ ଥିବା ଅଧିକାରୀଙ୍କ ସମ୍ପତ୍ତିର ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧୀ ତଦନ୍ତକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି ।। ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ! ସୁନ୍ଦରଗଡ଼ରେ ଭିଜିଲାନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ। ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ପତ୍ତି ଯାଞ୍ଚକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଭୁବନେଶ୍ୱରରେ ଥିବା ୩ଟି ଫ୍ଲାଟ୍‌ ସମେତ ମୋଟ ୬ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଥିବା ସୂଚନା ମିଳିଛି। କେତେ ସମ୍ପତ୍ତି ଠାବ ହେବ? ଆୟଠାରୁ ଅଧିକ ସମ୍ପତ୍ତି ରହିଛି କି? ଯାଞ୍ଚ ପରେ କେଉଁ କେଉଁ ତଥ୍ୟ ସାମ୍ନାକୁ ଆସିବ? ଏବେ ସମସ୍ତଙ୍କ ନଜର ଭିଜିଲାନ୍ସ ତଦନ୍ତ ଉପରେ। ତେବେ ଚଢ଼ାଉରୁ ମିଳିଥିବା ସମ୍ପତ୍ତି ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଅଧିକାରିକ ସୂଚନାକୁ ଅପେକ୍ଷା କରାଯାଇଛି। ବିଭିନ୍ନ ସମୟରେ ସରକାରୀ ପଦବୀରେ ଥିବା ଅଧିକାରୀଙ୍କ ଉପରେ ଚଢାଉ ହେଉଥିବା ବେଳେ ତାହା ବୁଦ୍ଧିଜୀବୀ ମହଲରେ ସାଧୁବାଦ ହେଉଥିବା ଜଣାପଡ଼ିଛି ।

Related Posts

About The Author

Add Comment