ଯାଜପୁର, ୮/୧୦/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇ ଅଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ବର କୁମାର କର ଅଧ୍ୟକ୍ଷତା କରିଥିଲାବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ସଂଯୋଜନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଶିଶୁ ମଙ୍ଗଳ କମିଟିର ଅଧକ୍ଷ ଦିବ୍ୟଭୂଷଣ ମହାନ୍ତି,ଉପ ଆରକ୍ଷୀ ଅଧିକ୍ଷକ (SJPU) ଶ୍ରୀମତୀ ରେଣୁବାଳା ତ୍ରିପାଠୀ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ ର ସୁରକ୍ଷା ଅଧିକାରୀ ସରୋଜିନୀ ଦାସ, କିଶୋର ନ୍ୟାୟ ପରିଷଦ ର ସଦସ୍ୟ ପ୍ରୀତିଲତା ସାମନ୍ତରାୟ ଓ କିରଣ ବାଳା ସାମଲ, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ମାଙ୍ଗଳିକା ରାଉତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ମହେଶ୍ୱର ସାହୁ, ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ସୁନ୍ଦର ରାଉତରାୟ, ଜିଲ୍ଲା ନିୟୋଜନ ଅଧିକାରୀ ସୁକାନ୍ତ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାନକୀ ହେମ୍ବ୍ରମ, ଓ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମହିଳା ହବ ର ଜିଲ୍ଲା ସଂଯୋଜକ ପ୍ରଭାତ କୁମାର ଘଡେଇ,ଚାଇଲ୍ଡ ହେଲ୍ପଲାଇନ୍ ର ସଂଯୋଜକ ବରେନ୍ଦ୍ର କୃଷ୍ଣ ଦାଶ ଜିଲ୍ଲା ଶିକ୍ଷା ବିଭାଗ, ଉତ୍କଳ ସେବକ ସମାଜ, ଇଣ୍ଟରନ୍ୟାସନାଲ ଜଷ୍ଟିସ୍ ମିଶନ (IJM), ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକ ଆରମ୍ଭରେ ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ତପନ କୁମାର ପାତ୍ର ଜିଲ୍ଲାର ଶିଶୁ ସୁରକ୍ଷାର ସାମଗ୍ରିକ ସ୍ଥିତି, ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ସଂଖ୍ୟା, ପୃଷ୍ଟପୋଷାକତା କାର୍ଯ୍ୟକ୍ରମ ,ଆଶୀର୍ବାଦ ଯୋଜନା, ଜିଲ୍ଲାରେ ପିତୃମାତୃହୀନ ଶିଶୁଙ୍କ ବିବରଣୀ ଓ ସେମାନଙ୍କ ଥଇଥାନ ସମ୍ପର୍କିତ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷଙ୍କ ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ ଯେ, ସୁକିନ୍ଦା ଏବଂ ଦାନଗଦି ପରି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଶିଶୁ ସୁରକ୍ଷାକୁ ଅଭିଯାନ ଭିତ୍ତିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ଯତ୍ନ ଓ ସୁରକ୍ଷାର ଆବଶ୍ୟକତା ଥିବା ଶିଶୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଶିଶୁମାନଙ୍କ ପରିବାର କୁ ମଜଭୂତ କରିବାକୁ ହେଲେ, ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସହ ଯୋଡିବାକୁ ସମସ୍ତ ବିଭାଗ ତତ୍ପର ହେବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ପିଲା ଙ୍କ ଭିତରେ ଲୁକାୟିତ ପ୍ରତିଭା ରହିଛି.। ସମ୍ମାନ ସହ ବଂଚିବା ଓ ଶିକ୍ଷା ଅଧିକାର କୁ ସୁନିଶ୍ଚତ କରିବା ଆମ ସମସ୍ତକଙ୍କ ର ଦାୟିତ୍ୱ।ଏଥିପାଇଁ ଜନ ସଚେତନତା ର ଆବଶ୍ୟକତା ରହିଛି.। ପ୍ରତ୍ୟକ ଶିଶୁ ଆମ ସମାଜର ମୂଲ୍ୟବାନ ସମ୍ପତି, ସେମାନଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବାକ୍ଷେତ୍ରରେ ଅଙ୍ଗନୱାଡି କର୍ମୀ, ଆଶକର୍ମୀ ଓ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ରହିଛି.। ଏତଦ ଭିନ୍ନ, ପଂଚାୟତ ଓ ଗ୍ରାମ ସ୍ତରରେ ଶିଶୁ ମଙ୍ଗଳ ଓ ସୁରକ୍ଷକମିଟି କାର୍ଯ୍ୟକ୍ଷମ ହୋଇଛି..। ସାମାଜିକ ସଂଗଠନ ଓ ନାଗରିକ ସମାଜ ମଧ୍ୟରେ ଉତ୍ତମ ସମନ୍ଵୟ ରହିଲେ ପିଲାମାନଙ୍କ ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି ହୋଇପାରିବ.। ଅତିରିକ୍ତ ଜିଲ୍ଳାପାଳ ଯୁଧିଷ୍ଠିର ନାୟକ, ତାଙ୍କ ବକ୍ତବ୍ୟରେ କହିଥିଲେକି, ବାଲ୍ୟବିବାହ ଓ ଶିଶୁ ମାନଙ୍କୁ ଶ୍ରମ କାର୍ଯ୍ୟରେ ନିୟୋଜିତ କରିବା ଏକ ଧର୍ତ୍ତବ୍ୟ ଅପରାଧ..। ଯାହା ଆମ ସମାଜ ବିକାଶ ର ଆନ୍ତରାୟ..। ଶିଶୁ ସୁରକ୍ଷା କର୍ମୀ ଶ୍ରୀ ମଣ୍ଟୁ ଦାସ ସୁକିନ୍ଦା ଓ ଦାନଗଦି ବ୍ଲକରେ ବାଲ୍ୟ ବିବାହ, ରୋକିବା ପାଇଁ ଅଧିକ ଲକ୍ଷ୍ୟଭିତ୍ତିକ ଓ ସମନ୍ୱିତ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ମତ ରଖିଥିଲେ। ଉତ୍କଳ ସେବକ ସମାଜର ନିର୍ଦ୍ଦେଶକ ଇଂ. ଅନ୍ୱୟ ଅଭିନବ କହିଥିଲେ ଯେ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ନିୟମିତ ନଜର ରଖି ଡ୍ରପ୍ଆଉଟ୍ ଶିଶୁମାନଙ୍କୁ ଚିହ୍ନଟ କରାଗଲେ ସେମାନଙ୍କୁ ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଶିଶୁ ଚାଲାଣ ଭଳି ବିପଦରୁ ସୁରକ୍ଷା ଦିଆଯାଇପାରିବ। ସେ ଆହୁରି ପ୍ରସ୍ତାବ ଦେଇଥିଲେ ଯେ, ଜିଲ୍ଲା ପ୍ରଶାସନ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବିବାହ ସମ୍ପନ୍ନ କରିବା ପୂର୍ବରୁ ବର ଓ କନ୍ୟାଙ୍କ ବୟସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ, ଯାହା ବାଲ୍ୟ ବିବାହ ନିରାକରଣରେ ଫଳପ୍ରଦ ସାବ୍ୟସ୍ତ ହେବ। CWC ଅଧ୍ୟକ୍ଷ ଶ୍ରୀ ଦିବ୍ୟ ଭୂଷଣ ମହାନ୍ତି ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଧିକ ସମନ୍ୱୟ ରହିଲେ ଶିଶୁ ସୁରକ୍ଷା କ୍ଷେତ୍ରରେ ଉତ୍ତମ ଫଳାଫଳ ମିଳିବ ବୋଲି ମତ ପ୍ରକାଶ କରିଥିଲେ। ଇଣ୍ଟରନ୍ୟାସନାଲ ଜଷ୍ଟିସ୍ ମିଶନର ଶ୍ରୀମତୀ ପୁଷ୍ପିତା ନାୟକ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ ରାଜ୍ୟରେ ପ୍ରଥମ ଥର ପାଇଁ ୮ ଜଣ ଶିଶୁ ବନ୍ଧୁଆ ଶ୍ରମିକ ପୀଡ଼ିତଙ୍କୁ ପ୍ରାରମ୍ଭିକ ପୁନର୍ବାସ ସହାୟତା ବାବଦକୁ ୪୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିବାରୁ ପ୍ରଶଂସା କରିଥିଲେ। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ବାଲ୍ୟ ବିବାହ ରୋକିବା ଦିଗରେ ସେମାନଙ୍କର ଚାଲିଥିବା ସଚେତନତାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା ଚାଇଲ୍ଡ ହେଲ୍ପଲାଇନ୍ ସଂଯୋଜକ ଶ୍ରୀ ବରେନ୍ଦ୍ର କୃଷ୍ଣ ଦାସ ଚଳିତ ତ୍ରୟମାସରେ ପ୍ରାପ୍ତ ଅଭିଯୋଗ, ଉଦ୍ଧାର ହୋଇଥିବା ଶିଶୁ ଏବଂ ପ୍ରଦାନ କରାଯାଇଥିବା ସେବା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ଶେଷରେ ମହିଳା ହବ୍ର ସଂଯୋଜକ ଶ୍ରୀ ପ୍ରଭାତ ଘଡେଇ ଧନ୍ୟବାଦ ଜ୍ଞାପନ କରିଥିଲେ। ବୈଠକରେ ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଶିଶୁ ଚାଲାଣ ନିରାକରଣ ପାଇଁ ସମସ୍ତ ବିଭାଗ ଓ ଅଂଶୀଦାର ସଂସ୍ଥାଙ୍କ ସମନ୍ୱିତ ପ୍ରୟାସକୁ ଗୁରୁତ୍ୱ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଶିଶୁସୁରକ୍ଷା ୟୁନିଟ ଓ ସମାଜ କଲ୍ୟାଣ ବିଭାଗ ମିଳିତ ଭାବେ ଆୟୋଜନ କରିଥିଲେ।
ଯାଜପୁର ଜିଲ୍ଲାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ : ସୁକିନ୍ଦା ଓ ଦାନଗଦି ଅଞ୍ଚଳରେ ହେବ ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଭିଯାନ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
|
October 8, 2026 |



