ସୁନ୍ଦରଗଡ଼ ତା:୨୯-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମ ପଞ୍ଚାୟତ ର କେଲୋଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଅନିୟମିତତା ଭାବରେ ପାଚିକା ଚୟନ କରିଥିବା ନେଇ ଗ୍ରାମବାସି ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ସଉନାମରା ପଞ୍ଚାୟତର କେଲୋଖଣ୍ଡି ପ୍ରାଥମିକ ବିଦ୍ୟାଳୟ ରେ ଛୋଟ ଛୋଟ ପିଲା ମାନଙ୍କୁ ରୋଷଇ କରି ଦେବା ପାଇଁ ଜଣେ ପାଚିକା ର ଆବଶ୍ୟକତା ପଡିବାରୁ ବିଦ୍ୟାଳୟ ଏସ.ଏମ.ସି. କମିଟି ବୈଠକ କରି ଅଧିବେଶନ ଜାରି ସହିତ ଏକ ନୋଟିସ ଜନସାଧାରଣ ଙ୍କୁ କରାଯାଇଥିଲା l ସେଥିରେ ପାଚିକା ମନୋନୀତ ପାଇଁ ଦରଖାସ୍ତ ଆବେଦନ ପାଇଁ ସୂଚନା ଦିଆଯାଇଥିଲା l ନୋଟିସ ଅନୁସାରେ ଗ୍ରାମ ର ୫ଜଣ ମହିଳା ଦରଖାସ୍ତ ଦେଇଥିଲେ l ଗତକାଲି ବିଦ୍ୟାଳୟରେ ପାଚିକା ଚୟନ କରାଗଲା l ଚୟନ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖିବାକୁ ମିଳିବା ସହିତ ମନମୁଖି ଚୟନ କରାଯାଇଥିବା ଅଭିଯୋଗ ସାମ୍ନା କୁ ଆସିଛି । l ଏ ପ୍ରକାର ଚୟନ ପ୍ରକ୍ରିୟା ରେ ଗ୍ରାମବାସି ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି l ଘଟଣା ବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବା ସହିତ ପୁନର୍ବାର ପାଚିକା ଚୟନ କରାଯାଉ ବୋଲି ଗ୍ରାମବାସି ଦାବି କରିଥିବା ସୂଚନା ମିଳିଛି l
ସଉନାମରା ପଞ୍ଚାୟତ କେଲୋଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅନିୟମିତତା ଭାବରେ ପାଚିକା ଚୟନ, ଗ୍ରାମବାସି ଅସନ୍ତୋଷ
|
August 29, 2026 |



